ପୁରୀ : ସରିଲା ୪୨ ଚକ ନିର୍ମାଣ କାର୍ଯ୍ୟ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥପାଇଁ ୧୬, ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ନିମନ୍ତେ ୧୪ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥପାଇଁ ୧୨ଟି ଚକ ନିର୍ମାଣ କରାଯାଇଛି। ତୁମ୍ବରେ ଅର ଏବଂ ପହି ସଂଯୋଗ କରାଯାଇ ଚକ ନିର୍ମାଣ ହୋଇଛି। ତିନିରଥ ପାଇଁ ଦଣ୍ଡା ନିର୍ମାଣ ଆରମ୍ଭ ହୋଇଛି। ତାଳଧ୍ବଜ ରଥପାଇଁ ୯, ନନ୍ଦିଘୋଷ ପାଇଁ ୯ ଏବଂ ଦର୍ପଦଳନ ପାଇଁ ୭ଟି ଦଣ୍ଡା ଆବଶ୍ୟକ। ସେଥିରୁ ପ୍ରତ୍ୟେକ ରଥପାଇଁ ୫ଟି ଲେଖାଏ ଦଣ୍ଡାକାଠ ଚଉପଟ କରାଯାଇଛି। ରୂପକାର ସେବକଙ୍କ ଦ୍ବାରା ଗୁଜ ଗୁଡିକରେ ସିଂହବିରାଳ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତାଳଧ୍ବଜ ରଥର ସମସ୍ତ ଗୁଜରେ ସିଂହବିରାଳ ଖୋଦେଇ ଶେଷ ହୋଇଛି