ଦେଶର ଅର୍ଥନୀତିକୁ ଦୋହଲାଇବ ୭ ରାଜ୍ୟ !

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ି ·ଲିଛି । ହେଲେ ଏହାରି ଭିତରେ ଉଭୟ ଭଲ ଓ ଖରାପ ସ୍ଥିତି ଦେଖିବାକୁ ମିଳିଛି । ସଂକ୍ରମଣ ସଂଖ୍ୟାଗୁଡ଼ିକୁ ବି·ରକୁ ନେଲେ, ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ ହୋଇପଡ଼ି ନାହିଁ କିମ୍ବା ସମ୍ପୂର୍ଣ୍ଣ ଅନୁକୂଳ ବୋଲି ମଧ୍ୟ କୁହାଯାଇପାରିବ ନାହିଁ । ଦେଶର ୫୦ ପ୍ରତିଶତ ଭାଗ ଏହି ମହାମାରୀ ସଂକ୍ରମଣକୁ ମନ୍ଥର କରିବାରେ ସଫଳତା ପାଉଛନ୍ତି । ହେଲେ ଅନ୍ୟପଟେ ଦେଶର ଜିଡିପିରେ ସର୍ବାଧିକ ଯୋଗଦାନ ରହିଥିବା ବଡ଼ ବଡ଼ ରାଜ୍ୟଗୁଡ଼ିକରେ ସର୍ବାଧିକ କରୋନା ଭୂତାଣୁ ସଂକ୍ରମଣ ଦେଖାଦେଇଛି । ଏଣୁ ବିଶ୍ୱ ମହାମାରୀ କରୋନା ସଂକ୍ରମଣ ସଙ୍କଟ ସମୟରେ ଭାରତରେ ଭଲ ୫୦-୫୦ ପରିସ୍ଥିତି ଦେଖିବାକୁ ମିଳିଛି ବୋଲି କୁହାଯାଇପାରେ । ତେବେ ଖରାପ ପରିସ୍ଥିତି ପ୍ରତି ଅଧିକ ଧ୍ୟାନ ଦେଲେ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ମଧ୍ୟ ଅସମ୍ଭବ ହୋଇନପାରେ ।ଦେଶର ୫୦ ପ୍ରତିଶତ ସ୍ଥାନରେ କୋଭିଡ-୧୯ ସଂକ୍ରମଣ ମନ୍ଥର ହୋଇ·ଲିଛି । ଏହି ସବୁ ଅଂଚଳରେ ସଂକ୍ରମଣର ଗତି କମିବାରେ ଲାଗିଛି । ତେବେ ଦେଶର ଅନ୍ୟ ୫୦ ପ୍ରତିଶତ ଭାଗ ଅପେକ୍ଷା ଏହି ସବୁ ସ୍ଥାନରେ ସଂକ୍ରମଣ ମାତ୍ରା ସାଢେ଼ ତିନିଗୁଣ କମ୍ ରହିଥିବା କୁହାଯାଉଛି । କରୋନା ସଂକ୍ରମଣ ମାମଲାର ସଂଖ୍ୟାକୁ ଦୃଷ୍ଟିରେ ରଖି କହିବାକୁ ଗଲେ ଦେଶର ୭ଟି ବଡ଼ ରାଜ୍ୟ ଏ ନେଇ ଆଗରେ ଅଛନ୍ତି । ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ତାମିଲନାଡୁ, ଉତରପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ କରୋନା କବ୍ଜାରେ ରହିଛନ୍ତି । ଦେଶର ସର୍ବମୋଟ କରୋନା ସଂକ୍ରମଣ ମାମଲାରୁ ଏହି ୭ ରାଜ୍ୟକୁ ଯଦି ବାଦ୍ ଦିଆଯାଏ, ତେବେ ଅନ୍ୟ ଭାଗରେ କେବଳ ୧୮ ପ୍ରତିଶତ ସଂକ୍ରମଣ ମାମଲା ରହିଛି ।ଅନ୍ୟପଟେ ସବୁଠାରୁ ବଡ଼ ଦୁଃଖ ଏହା ଯେ, ଏହି ୭ ରାଜ୍ୟ ଭାରତର ୪୭ ପ୍ରତିଶତ ଅଂଶ ଅଟେ । ଆଉ ଏଠାରେ ଦେଶର ୫୦ ପ୍ରତିଶତ ଜନସଂଖ୍ୟା ବସବାସ କରନ୍ତି । ଏହି ରାଜ୍ୟ ଗୁଡ଼ିକରେ ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ପ୍ରାୟ ୨ ଗୁଣ ହୋଇଯାଇଛି । ଲକ୍ଡାଉନ-୧ ଅବଧିରେ ଏହା ୪୯ ପ୍ରତିଶତ ଥିବାବେଳେ ଏବେ ପାଖାପାଖି ୮୨ ପ୍ରତିଶତରେ ପହଂଚିଛି । ତେବେ ସର୍ବମୋଟ କରୋନା ସଂକ୍ରମଣ ମାମଲାର ୪୪ ପ୍ରତିଶତ କେବଳ ଦୁଇଟି ରାଜ୍ୟରୁ ରହିଛି । ଏହି ଦୁଇଟି ରାଜ୍ୟ ହେଲେ ମହାରାଷ୍ଟ୍ର ଏବଂ ଗୁଜରାଟ । ଉଭୟ ଦେଶର ପଶ୍ଚିମ ତଟ ରାଜ୍ୟ ଅଟନ୍ତି । ଏପରିକି ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ତାଲିକାରେ ଏହି ଦୁଇ ରାଜ୍ୟରୁ ୬୦ ପ୍ରତିଶତ ରହିଛନ୍ତି । ଏହା ଅତ୍ୟନ୍ତ ଚିନ୍ତାଜନକ ।ପ୍ରକାଶଯୋଗ୍ୟ ଦେଶର ଅର୍ଥନୀତିରେ ଏହି ୭ ରାଜ୍ୟର ସବୁଠାରୁ ବଡ଼ ଯୋଗଦାନ ରହିଛି । ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ ଏବଂ ଉତରପ୍ରଦେଶ ଦେଶର ସବୁଠାରୁ ବଡ଼ ଶିଳ୍ପ ରାଜ୍ୟ ଅଟନ୍ତି । ଲକ୍ଡାଉନ ଏହି ରାଜ୍ୟ ଗୁଡ଼ିକର ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଏକ ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ସର୍ବାଧିକ ଜିଡିପି କ୍ଷତି ସହିଛି । ତେବେ ଅଧିକାଂଶ ନୂଆ ସଂକ୍ରମଣ ମାମଲା ହଟସ୍ପଟ୍ ଅଂଚଳରୁ ଚିହ୍ନଟ କରାଯାଉଛି । ଏଭଳି ସ୍ଥଳେ ହଟସ୍ପଟ୍ ଅଂଚଳଗୁଡ଼ିକରେ ସରକାର ସର୍ବାଧିକ ଧ୍ୟାନ ଦେବା ଉଚିତ । ଏହାସହ ସାରା ଜିଲ୍ଲାକୁ ଅର୍ଥନୀତିକୁ ସୁଧାରିବା ଦୃଷ୍ଟିରୁ ଜିଲ୍ଲାଗୁଡ଼ିକୁ ଲକ୍ଡାଉନ ନ କରି, କେବଳ ସଂକ୍ରମିତ ଅଂଚଳଗୁଡ଼ିକୁ ଅଧିକରୁ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ମତ ଦିଆଯାଉଛି ।

Leave A Reply

Your email address will not be published.

four × two =