ନୀତି ଅନୁସାରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ନୀତିବିଧି ଅନୁସାରେ ହେବ। କମ୍‌ ସଂଖ୍ୟାକ ସେବାୟତଙ୍କ ଦ୍ୱାରା ଏହା ସଂପନ୍ନ ହେବ ବୋଲି ନିଷ୍ପତ୍ତି ହୋଇଛି। ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା ସମିତି ସହ ୧୦ଟି ନିଯୋଗର ଆଲୋଚନା ଅନୁଷ୍ଠିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକ ସମାପ୍ତି ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା. କ୍ରିଷେନ୍ କୁମାର କହିଛନ୍ତି ଯେ ୧୦ନିଯୋଗର କର୍ମକର୍ତ୍ତାଙ୍କୁ ୨୫ ତାରିଖ ସୁଦ୍ଧା ସେବାୟତମାନଙ୍କ ତାଲିକା ଦେବାକୁ କହିଛୁ। ଏହି ତାଲିକା ମିଳିବା ପରେ କେଉଁ ସେବାୟତଙ୍କୁ ନେଇ ନୀତି ସମ୍ପାଦିତ ହେବ ତାହା ଚୂଡ଼ାନ୍ତ କରାଯିବ। କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସମାପନ ଲାଗି ସମସ୍ତେ ରାଜି ହୋଇଛନ୍ତି। ପୁରୀ ଜିଲ୍ଲାପାଳ ବଲଓ୍ଵାନ୍ତ ସିଂ କହିଛନ୍ତି ଯେ, ଲକ୍‌ଡାଉନ୍‌ କଟକଣାକୁ ମାନି  ନୀତି ସଂପନ୍ନ କରିବାକୁ ସମସ୍ତେ ରାଜି ହୋଇଛନ୍ତି। ସ୍ୱଳ୍ପଲୋକଙ୍କୁ ନେଇ ନୀତି କରାଯିବାକୁ ନେଇ ସେବାୟତମାନେ ରାଜି ହୋଇଛନ୍ତି।

ଅନ୍ୟପକ୍ଷରେ ସ୍ନାନଯାତ୍ରା ଲାଗି ବାଟ ଫିଟିବା ସହ ମହାପ୍ରଭୂ ଅଣସରରେ ରହିବା ମଧ୍ୟ ଏକ ପ୍ରକାର ନିଶ୍ଚିତ ହୋଇଛି।

Leave A Reply

Your email address will not be published.

16 + eighteen =