ଭୁବନେଶ୍ୱର,୩୧ ।୦୫(ନି.ପ୍ର.): ପଶ୍ଚିମ ଓଡ଼ିଶାକୁ ପ୍ରଥମେ ପଙ୍ଗପାଳ ଆସିବେ । ତେବେ ବର୍ଷା ଆରମ୍ଭ ହେଲେ ପଳେଇବେ । ଓୟୁଏଟି ଡିନ୍ ଲଳିତ ମୋହନ ଗଡ଼ନାୟକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, “ଓଡ଼ିଶାକୁ ଜୁନ ମାସରେ ପଙ୍ଗପାଳ ଆସିପାରନ୍ତି ବୋଲି କେନ୍ଦ୍ର ସୂଚନା ଦେଇଛି । ତେବେ ଓୟୁଏଟି ଓ ବିଦ୍ୟାଧରପୁର ଫାର୍ମର କୀଟତତ୍ୱବିତମାନଙ୍କୁ ନେଇ ଏକ ଟିମ୍ ଗଠନ ହେବ । ଏହା ସହିତ ଏସ୍ଓପି ଜାରି କରାଯାଇ ·ଷୀମାନଙ୍କୁ ସଚେତନ କରାଯିବ । ପ୍ରତିଦିନ ଜିଲ୍ଲା ଓ ବ୍ଲକ ସ୍ତରରୁ ରିପୋର୍ଟ ସଂଗ୍ରହ କରାଯିବ ।” ଶ୍ରୀ ଗଡ଼ନାୟକ କହିଛନ୍ତି, କୃଷି ନିଦେ୍ର୍ଧଶକଙ୍କ ଅଧୀନରେ କଂଟ୍ରୋଲ ରୁମ୍ ଖୋଲାଯାଇଛି । ପର୍ଯ୍ୟାପ୍ତ ଔଷଧ, ବଡ଼ ସ୍ପେ୍ରୟର ଓ ଟ୍ରାକ୍ଟର ଦେବା ପାଇଁ ସରକାରଙ୍କୁ କୁହାଯାଇଛି ।