ପୁଣି ୪୦୦ କୋଟି ଟଙ୍କା ବ୍ୟାଙ୍କ ଠକେଇ : ଋଣ ଖିଲାଫକାରୀ ଫେରାର

ନୂଆଦିଲ୍ଲୀ: ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ପରେ ଆଉ ଜଣେ ବ୍ୟାଙ୍କ ଖିଲାପକାରୀ ଏବେ ଦେଶରୁ ଫେରାର ହୋଇଯାଇଛନ୍ତି । ସେ ହେଉଛନ୍ତି ବାସୁମତୀ ·ଉଳର ରପ୍ତାନୀକାରୀ ରାମଦେବ ଇଂଟରନ୍ୟାସନାଲ ଲିଃ.ର ମାଲିକ । ଏସ୍ବିଆଇ ସମେତ ୬ଟି ବ୍ୟାଙ୍କରୁ ସେ ୪୦୦ କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଛନ୍ତି ।୨୦୧୬ରୁ ସେ ଫେରାର ଥିଲେ ହେଁ ଦୀର୍ଘ ୪ ବର୍ଷ ପରେ ଏସବିଆଇର ଏ କଥା ମନେପଡ଼ିଛି ଓ ବ୍ୟାଙ୍କ ପକ୍ଷରୁ ସିବିଆଇ ନିକଟରେ ଅଭିଯୋଗ ଦାଖଲ କରାଯାଇଛି ।କିନ୍ତୁ ୨୦୧୬ରୁ ତାଙ୍କର କୌଣସି ପତା ମିଳୁନାହିଁ । ୨୦୧୬ରେ କମ୍ପାନୀ କ୍ଷତିରେ ·ଲିଥିବା ଘୋଷଣା କରାଯାଇଥିଲା । ଏହାର ୪ ବର୍ଷ ପରେ ଅର୍ଥାତ ଫେବୃଆରୀ ୨୮ରେ ଏସବିଆଇ ଉକ୍ତ କମ୍ପାନୀ ନାଁରେ ଅଭିଯୋଗ କରିଥିଲା ।ସିବିଆଇ ଏପି୍ରଲ ୨୮ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ରାମଦେବ ଇଂଟରନ୍ୟାସନାଲ ଏସବିଆଇରୁ ୧୭୩.୧୧ କୋଟି, କାନାଡା ବ୍ୟାଙ୍କରୁ ୭୬.୦୯ କୋଟି, ୟୁନିୟନ ବ୍ୟାଙ୍କ ଇଣ୍ଡିଆରୁ ୬୪.୩୧ କୋଟି, ସେଂଟ୍ରାଲ ବ୍ୟାଙ୍କରୁ ୫୧.୩୧ କୋଟି, କର୍ପୋରେସନ ବ୍ୟାଙ୍କରୁ ୩୬.୯୧ କୋଟି ଓ ଆଇଡିବିଆଇ ବ୍ୟାଙ୍କରୁ ୧୨.୨୭ କୋଟି ଟଙ୍କା ଋଣ କରିଥିଲା । କମ୍ପାନୀ ଉପରେ ୪୧୪ କୋଟି ଟଙ୍କାର ଋଣ ବକେୟା ପଡ଼ିଛି ।ଏବେ ସିବିଆଇ ଘଟଣାର ଖୋଳତାଡ଼ କରି କମ୍ପାନୀର ନିଦେ୍ର୍ଧଶକ ନରେଶ କୁମାର, ସୁରେଶ କୁମାର, ସଙ୍ଗୀତା ଓ ଅଜଣା ସରକାରୀ କର୍ମ·ରୀଙ୍କ ନାଁରେ ମାମଲା ରୁଜୁ କରିଛି ।ସୂଚନା ଅନୁସାରେ, ମୁସାଦି ଲାଲ କି୍ରଷ୍ଣା ଲାଲ ନାମକ ଏକ କମ୍ପାନୀ ରାମଦେବ ଇଂଟରନ୍ୟାସନାଲ ବିରୋଧରେ ୩୦ ଲକ୍ଷ ଟଙ୍କାର ନେଣଦେଣରେ ହେରଫେର ହୋଇଥିବା ଅଭିଯୋଗ କରିଥିଲା । ଏଥିପାଇଁ ମୁସାଦି ଲାଲ କି୍ରଷ୍ଣା ଲାଲ କମ୍ପାନୀ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବୁ୍ୟନାଲ ଦ୍ୱାରସ୍ଥ ହୋଇଥିଲା ।
ନ୍ୟାସନାଲ କମ୍ପାନୀ ଲ’ ଟି୍ରବୁ୍ୟନାଲ ୩ ଥର ରାମଦେବ ଇଂଟରନ୍ୟାସନାଲର ନିଦେ୍ର୍ଧଶକଙ୍କ ନାଁରେ ୱାରେଂଟି ଜାରି କରିଥିଲେ ହେଁ, ମେ’ ୨୦୧୮ରୁ ଏହାର କୌଣସି ଉତର ମିଳିନଥିଲା । ୨୦୧୮ ଡିସେମ୍ବର ମାସରେ କମ୍ପାନୀର ନିଦେ୍ର୍ଧଶକ ଦୁବାଇ ଫେରାର ହୋଇଯାଇଥିବା ନ୍ୟାସନାଲ କମ୍ପାନୀ ଲ’ ଟ୍ରିବୁ୍ୟନାଲ ଜାଣିବାକୁ ପାଇଥିଲେ ।ଏହା ୨୦୧୮ରୁ ଜଣାପଡ଼ିଥିଲେ ହେଁ, ୨୦୨୦ ଫେବୃଆରୀ ୨୮ ଯାଏ ଏସବିଆଇ କୌଣସି ଅଭିଯୋଗ କାହିଁକି କରିନଥିଲା ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ।

Leave A Reply

Your email address will not be published.

five × 1 =