ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନଙ୍କ ପରିବହନ ପାଇଁ ଭାରତୀୟ ରେଳ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ରାଜ୍ୟ ସରକାରମାନଙ୍କ ସହ ଆଲୋଚନାରେ ଏସବୁ ଟ୍ରେନ ଚଳାଚଳ କରାଯିବ । ଏହି ଟ୍ରେନ ପ୍ରେରଣ କରୁଥିବା ରାଜ୍ୟ ଓ ପହଞ୍ଚୁଥିବା ରାଜ୍ୟ ସରକାରମାନେ ଜଣେ ଜଣେ ଶୀର୍ଷ ଅଧିକାରୀ ବା ନୋଡାଲ ଅଫିସର ନିଯୁକ୍ତକରିବେ । ଅନ୍ୟପକ୍ଷରେ ଯାତ୍ରୀମାନଙ୍କ ଆଗମନ, ଯାତ୍ରା, ରାଜ୍ୟ ସରକାରଙ୍କ ସହ ଆଲୋଚନାରେ ବୁକିଂ, ଟ୍ରେନ ଡବା ମଧ୍ୟରେ ସାମାଜିକ ଦୂରତ୍ୱ ପାଳନ ଆଦି ପାଇଁ ପ୍ରୋଟୋକଲ ଭାରତୀୟ ରେଳ ପକ୍ଷରୁ ପ୍ରସ୍ତୁତ କରାଯିବ । ସେହିପରି ଯାଞ୍ଚ କରାଯିବା ପରେ କେବଳ ଲକ୍ଷଣହୀନ ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ ଦିଆଯିବ ।