ଯାଜପୁର: କୋଭିଡ଼ – ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଲକ୍ଡ଼ାଉନ୍ ଜାରି ରହିଛି । ଫଳରେ ଗରୀବ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି । ଏହି ସଂଙ୍କଟପୂର୍ଣ୍ଣ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନ ମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ସାଧାରଣତଃ ପରିବାର ଚଳାଇବାର ବୋଝ ମହିଳାଙ୍କ ଉପରେ ନ୍ୟସ୍ତ ଥିବାରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ମହିଳା ହିତାଧିକାରୀଙ୍କୁ ମାସିକ ୫୦୦ ଟଙ୍କା ଲେଖାଁଏ ଯୋଗାଇ ଦିଆଯାଉଥିବା ବେଳେ ସରକାରଙ୍କ ଉଜ୍ୱଳା ଯୋଜନାରେ ମାସକୁ ଗୋଟିଏ ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ୩ ମାସ ପାଇଁ ମହିଳା ହିତାଧିକାରୀମାନେ କେନ୍ଦ୍ର ସରକାରଙ୍କଠାରୁ ଏହି ସୁବିଧା ପାଇବେ । ଫଳରେ ଜନଧନ ଯୋଜନାର ମହିଳା ହିତାଧିକାରୀମାନଙ୍କୁ ୩ ମାସରେ ୧୫୦୦ ଟଙ୍କା ଏବଂ ଉଜ୍ୱଳା ଯୋଜନାର ମହିଳା ହିତାଧିକାରୀ ୩ ମାସରେ ରିଫିଲ ଗ୍ୟାସ ସିଲିଣ୍ଡର ସଂପୂର୍ଣ୍ଣ ଭାବେ ମାଗଣାରେ ପାଇପାରିବେ । ତେବେ ସରକାରଙ୍କ ପ୍ରଦ ଏହିସବୁ ଯୋଜନା ପ୍ରକୃତ ପକ୍ଷେ ତୃଣମୂଳ ସ୍ତରରେ କେତେ କାର୍ଯ୍ୟକ୍ଷମ ତାହା ଏବେ ଚିନ୍ତାର ବିଷୟ । କେଉଁଠି ଅଧିକାରୀ ତ ଆଉ ଅନ୍ୟ କେଉଁଠି କିଛି ଦଲାଲଙ୍କ ଦ୍ୱାରା ଏହି ଯୋଜନା ହଡ଼ପ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ସଂଗୀତ ଆରୋପ କରିଛନ୍ତି ଦଶରଥପୁର ବ୍ଲକ୍ ଥାଲକୁଡ଼ି ପଂଚାୟତ ଧନୀପୁର ପାଳସାହିର ଜଣେ ମହିଳା ।ଅଭିଯୋଗ ମୁତାବକ ଧନୀପୁର ପାଳସାହି ବିଦ୍ୟାଧର ସାମଲଙ୍କ ପନôୀ ଜୋସ୍ନାମୟୀ ସାମଲ ବିଗତ ବର୍ଷେ ହେବ ଉଜ୍ୱଳା ଯୋଜନା ହିତାଧିକାରୀ ଭାବେ ଦଶରଥପୁର ବ୍ଲକ୍ କନିକାପଡ଼ାଠାରେ ଥିବା ଭାରତ ଗ୍ୟାସ ବିତରକ ଶ୍ରୀକ୍ରିଷ୍ଣା ଗ୍ୟାସ ଏଜେନ୍ସିଠାରେ ରନ୍ଧନ ଗ୍ୟାସ ପାଇଁ ଆବଶ୍ୟକ ସମସ୍ତ କାଗଜପତ୍ର ପ୍ରଦାନ କରିଥିଲେ ହେଁ ସଂପୃକ୍ତ ବିତରକଙ୍କ ପକ୍ଷରୁ ଜ୍ୟୋସ୍ନାମୟୀଙ୍କୁ ରନ୍ଧନ ଗ୍ୟାସ ଅନୁମୋଦନ ହୋଇନାହିଁ ବୋଲି କହିବା ସହ ଗ୍ୟାସ ସଂଯୋଗରୁ ବଂଚିତ କରାଯାଇଥିଲା ।ବିଭିନ୍ନ ସମୟରେ ଜ୍ୟୋସ୍ନାମୟୀ କନିକାପଡ଼ା ସ୍ଥିତ ଶ୍ରୀକ୍ରିଷ୍ଣା ଗ୍ୟାସ କାର୍ଯ୍ୟାଳୟରେ ତାଙ୍କ ଗ୍ୟାସ ସଂଯୋଗ ବିଷୟରେ ପଚାରିଥିଲେ ମଧ୍ୟ ତାଙ୍କୁ କୌଣସି ସନ୍ତୋଷ ଜନକ ଉତର ମିଳିନଥିଲା । ତେବେ ସରକାରଙ୍କ ପକ୍ଷରୁ ମହିଳା ଜନଧନ ଯୋଜନା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ଉଠାଣ ପାଇଁ ବ୍ୟାଙ୍କ ଯାଇଥିବା ବେଳେ ବ୍ୟାଙ୍କ କର୍ତୁପକ୍ଷ ମହିଳାଙ୍କ ଆକାଉଂଟରେ ଜନଧନ ଓ ଉଜ୍ୱଳା ଯୋଜନାରେ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଆସିଥିବା କହିବାରୁ ଜ୍ୟୋସ୍ନାମୟୀ ଏ ସଂପର୍କରେ ଶ୍ରୀକ୍ରୀଷ୍ଣା ଗ୍ୟାସ ଏଜେନ୍ସି ସହ ଯୋଗଯୋଗ କରିଥିଲେ । ତଥାପି ତାଙ୍କର ଗ୍ୟାସ ସଂଯୋଗ ଅଦ୍ୟାବଧି ଆସିନାହିଁ ବୋଲି ଉତର ମିଳିଥିଲା । ବାଧ୍ୟ ହୋଇ ସଂପକ୍ତ ମହିଳା ସ୍ଥାନୀୟ ସରପଂଚଙ୍କ ନିକଟରେ ଏ ନେଇ ଅଭିଯୋଗ କରିବା ପରେ ଘଟଣା ବିଷୟରେ ଶ୍ରୀକ୍ରୀଷ୍ଣା ଗ୍ୟାସ ବିତରକଙ୍କୁ ପଚାରିବାରୁ ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଉଜ୍ୱଳା ଯୋଜାନରେ ଆବେଦନ କରିଥିବା ଅନେକ ମହିଳାଙ୍କୁ ବିତରକ ସଂସ୍ଥା ପକ୍ଷରୁ ଗ୍ୟାସ ସଂଯୋଗ ଆବେଦନ ସଂପର୍କିତ ରେସନକାଡର଼୍ ଓ ଆଧାର ନମ୍ବର ଓ ବ୍ୟାଙ୍କ ଆକାଉଂଟ ଆଣି ତନଖି କରିବାରୁ ଭାରତ ଗା୍ୟାସ ପକ୍ଷରୁ ତାଙ୍କ ଆବେଦନ ମଂଜୁର ହୋଇନାହିଁ ବୋଲି ଜଣାପଡ଼ିଛି ଏବଂ ସଂପୃକ୍ତ ମହିଳା ଶ୍ରୀକି୍ରଷ୍ଣା ଗ୍ୟାସ ଏଜେନ୍ସି ବ୍ୟତିତ ଅନ୍ୟ ୨ଟି ବିତରକଙ୍କ ନିକଟରେ ଗ୍ୟାସ ସଂଯୋଗ ପାଇଁ ଆବେଦନ କରିଥିବା ପ୍ରକାଶ କରିଛନ୍ତି । ତେଣୁ ଯାହା ଅନୁମେୟ ଅନ୍ୟ କେଉଁ ବିତରକଙ୍କ ନିକଟରେ ତାଙ୍କ ସଂଯୋଗ ଥାଇପାରେ । ତଥାପି ସେ ନିଜେ ଏ ସଂପର୍କରେ ଆସନ୍ତା ଦିନେ ୨ ଦିନ ମଧ୍ୟରେ ଅନୁସନ୍ଧାନ କରି ମହିଳାଙ୍କୁ ଅବଗତ କରିବେ ବୋଲି କହିଥିଲେ ।