ବଲାଙ୍ଗିର: ଗତ କିଛି ଦିନ ଧରି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକ ଓ ବରଗଡ ଜିଲ୍ଲାର ପାଇକମାଲ ଓ ପଦ୍ମପୁର ଅଂଚଳରେ ପଶ୍ଚିମ ଓଡିଶା ପରିବାର, ମୁମ୍ବାଇର ସହାୟତାରେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର, ନଅଗାଁ ତରଫରୁ ଆଜି ବଲାଙ୍ଗୀର ସହରର କଂସାରୀପଡା, ମହାଦେବ ମନ୍ଦିର ଛକ, ଭାଗିରଥୀ ଛକରେ କରୋନା ସଚେତନତା କରାଯିବା ସହିତ ପଶ୍ଚିମ ଓଡିଶାର ଗର୍ବ ଓ ସ୍ୱାଭିମାନର ପ୍ରତୀକ ସମ୍ବଲପୁରୀ କପଡାର ମାସ୍କ ବଂଟନ କରାଯାଇଥିଲା । କରୋନା ମହାମାରି ପାଇଂ ସମଗ୍ର ଦେଶ ଲକଡାଉନରେ ଥିବାବେଳେ ସିଧାସଳଖ ବୁଣାକାରମାନଙ୍କଠାରୁ କପଡା କିଣାଯାଇ ସ୍ୱୟଂ ସହାୟକ ଗୋÂୀର ମା’ମାନଙ୍କ ଦ୍ୱାରା ଏହାଜୁ ପ୍ରସ୍ତୁତ କରାଯାଇଛି । ପଲ୍ଲୀ ଆଲୋକ ପାଠାଗାର ର ସଂପାଦକ ପ୍ରଶାନ୍ତ ନାୟକଙ୍କ ଉଦ୍ୟମରେ ବୁଣାକାରମାନଙ୍କୁ ତଥା ଏସ.ଏଚ.ଜି ମା’ମାନଙ୍କୁ ଜୀବିକାର ସାଧନ ପ୍ରଦାନ କରାଯିବା ସହିତ କରୋନା ପରି ମହାମାରୀରୁ ବଂଚିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ । ତେଣୁ ଅଂଚଳର ସାଂସ୍କୃତିକ ବିଚାର କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆଜିର ଏହି ମାସ୍କ ବଂଟନ ଓ ସଚେତନତା କାର୍ଯ୍ୟକ୍ରମରେ ବରିÂ ନାଗରିକ ନୀଳମଣୀ ମିଶ୍ର, ବରିÂ ସାମ୍ବାଦିକ ତଥା ସିନେ ଅଭିନେତା ସତ୍ୟ ନାରାୟଣ ବେହେରା ସାମ୍ବାଦିକ ସନ୍ଦୀପ କୁମାର କୁଅଁର, ପଲ୍ଲୀ ଲୋକ ପାଠାଗାରର ହୀରାଲାଲ ମିଶ୍ର, ଭାଗୀରଥୀ ସାହୁ, ବିଶ୍ୱାମିତ୍ର ସେଠ, ଦିନେଶ ମନହିରା ଓ ଅଜୟ ବାଦି ପ୍ରମୁଖ ଉପସ୍ଥିତ ରହି ମାସ୍କ ପିନ୍ଧି ନଥିବା ପଥଚାରୀଙ୍କୁ ମାସ୍କ ଦେବା ସହିତ ସେଚେତନ କରିଥିଲେ ।