ନୂଆଦିଲ୍ଲୀ: ରବିବାର ‘ମନ୍ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ମୋ ଜୀବନ,ମୋ ଯୋଗ ପ୍ରତିଯୋଗିତା । କରୋନା ଭାଇରସ୍ ସଂକ୍ରମଣ ସମୟରେ ଦେଶବାସୀଙ୍କୁ ଯୋଗର ମହାତ୍ମ୍ୟ ସମ୍ଭନ୍ଧରେ ବୁଝାଇ ମୋଦୀ କହିଛନ୍ତି, ଏଭଳି ସଂକଟ ସମୟରେ ବିଶ୍ୱର ଅନେକ ନେତା ମୋତେ ଯୋଗ ଏବଂ ଆୟୁର୍ବେଦ ଉପରେ ଅନେକ ପ୍ରଶ୍ନ ପଚାରିଛନ୍ତି । ଯୋଗ ଏବଂ ଆୟୁର୍ବେଦ ପ୍ରତି ଲୋକଙ୍କ ଆଗ୍ରହ ବଢିବାରେ ଲାଗିଛି । ଯୋଗରେ ରେସପିରେଟୋରୀ ସିଷ୍ଟମ୍କୁ ମଜବୁତ କରିବାର ଅନେକ ଆସନ ରହିଛି । କେବଳ ଭାରତ ନୁହେଁ ଦୁନିଆର କୋଣ ଅନୁକୋଣର ପ୍ରତିଟି ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ । ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଆପଣଙ୍କୁ ନିଜର ୩ ମିନିଟ୍ର ଏକ ଭିଡିଓ ପ୍ରସ୍ତୁତ କରିବାକୁ ପଡ଼ିବ।