ଯାଜପୁରକୁ ଫେରିଲେ ୧୧୫୯ ଜଣ ପ୍ରବାସୀ ଓଡ଼ିଆ

ଯାଜପୁର: କରୋନା ଭୂତାଣୁ ଭୟ ସାରା ଭାରତ ବର୍ଷର ମାନବ ସମାଜକୁ ଗ୍ରାସ କରିଛି । କରୋନା ଆକ୍ରାନ୍ତରେ ୧୫୦୦ରୁ ଉର୍ଦ୍ଧ ଲୋକ ମୃତୁ ବରଣ କଲେଣି । ୩ୟ ପର୍ଯ୍ୟାୟ ଲକଡ଼ାଉନ୍ ଚାଲୁ ରହିଛି । ନିଜ ଅଂଚଳରୁ ଯାଇ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଓଡ଼ିଆ ଶ୍ରମିକ, ଛାତ୍ରଛାତ୍ରୀ ବ୍ୟବସାୟୀମାନେ ନିଜର ଘରକୁ ଫେରିବା ପାଇଁ ଚାତକ ପରି ଅନାଇ ବସିଛନ୍ତି । ଯାଜପୁର ଜିଲ୍ଲାରୁ ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ, ପଢ଼ୁଥିବା ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କାର୍ଯ୍ୟରେ ଥିବା ଲୋକମାନେ ନିଜର ନାମ ପଞ୍ଜିକରଣ କରି ପଞ୍ଜିକରଣ ମାଧ୍ୟମରେ ଜିଲ୍ଳାକୁ ଫେରୁଥିବାର ଜିଲ୍ଲା ସୂଚନା ଲୋକସଂପର୍କ ବିଭାଗରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ଜିଲ୍ଲାକୁ ୧୧୫୯ ଜଣ ପ୍ରବାସୀ ଓଡ଼ିଆ ବର୍ତମାନ ସୁଦ୍ଧା ଫେରିଲେଣି ।
ବଡ଼ଚଣା ବ୍ଲକକୁ ୧୩୫ ଜଣ, ବରୀ ବ୍ଲକକୁ ୫୭, ବିଞ୍ଝାରପୁର ବ୍ଲକକୁ ୮୧ ଜଣ, ଧର୍ମଶାଳା ବ୍ଲକକୁ ୧୫୮ ଜଣ, ଦାନଗଦି ବ୍ଲକକୁ ୪୮ ଜଣ, ଦଶରଥପୁର ବ୍ଲକକୁ ୧୨୨ ଜଣ, ଯାଜପୁର ବ୍ଲକକୁ ୧୯୪ ଜଣ, କୋରେଇ ବ୍ଲକକୁ ୭୭ ଜଣ, ରସୁଲପୁର ବ୍ଲକକୁ ୯୪ ଜଣ, ସୁକିନ୍ଦା ବ୍ଲକକୁ ୪୪ ଜଣ, ବ୍ୟାସନଗର ପୈାରାଞ୍ଚଳକୁ ୪୦ ଜଣ, ଯାଜପୁର ପୈାରାଞ୍ଚଳକୁ ୮ ଜଣ ଫେରିଥିବାର ଜିଲ୍ଳା ସୂଚନା ଲୋକସମ୍ପର୍କ ବିଭାଗ ତଥ୍ୟ ପ୍ରଦାନ କରିଛନ୍ତି । ଗୁଜୁରାଟରୁ ୫୩୪ ଜଣ, ପଶ୍ଚିମବଙ୍ଗରୁ ୮୦ ଜଣ, କର୍ଣ୍ଣାଟକରୁ ୧୮୨ ଜଣ, ତେଲଙ୍ଗାନାରୁ ୧୦୫ ଜଣ, ତାମିଲନାଡ଼ୁରୁ ୧ ଜଣ, କେରଲରୁ ୭୨ ଜଣ, ଦିଲ୍ଲୀରୁ ୪ ଜଣ, ଉତ୍ତର ପ୍ରଦେଶରୁ ୧୮ ଜଣ, ଝାଡ଼ଖଣ୍ଡରୁ ୩୧ ଜଣ, ଛତିଶଗଡ଼ରୁ ୨୩ ଜଣ, ରାଜସ୍ଥାନରୁ ୩୨ ଜଣ, ମଧ୍ୟପ୍ରଦେଶରୁ ୨୮ ଜଣ, ବିହାରରୁ ୩ ଜଣ ପ୍ରବାସୀ ଓଡ଼ିଆ ପଞ୍ଜ୍ିକରଣ କରି ଯାଜପୁର ଜିଲ୍ଳାର ବିଭିନ୍ନ ବ୍ଲକ୍ ଓ ପୈାରାଞ୍ଚଳକୁ ଫେରିଛନ୍ତି ବୋଲି ଜିଲ୍ଳା ସୂଚନା ଲୋକ ସଂପର୍କ ବିଭାଗ ତଥ୍ୟ ପ୍ରଦାନ କରିଛନ୍ତି । ଜିଲ୍ଳାକୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ପଂଚାୟତରେ ହୋଇଥିବା ବିଭିନ୍ନ ସଂଗରୋଧ ଗୃହରେ ଅବସ୍ଥାପିତ କରାଯାଇଛି ।
ଏପରିକି ସହରାଂଳରୁ ଫେରିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଜିଲ୍ଲା ସ୍ତରୀୟ ହୋଇଥିବା କ୍ୱାରେଂନଟାଇନ ଗୃହରେ ରଖାଯାଇଛି । ସଂଗରୋଧ ଗୃହରେ ରହିଥିବା ପ୍ରବାସୀ ଓଡ଼ିଆମାନଙ୍କର ଦାୟିତ୍ୱରେ ନୋଡ଼ାଲ ଅଫିସରମାନଙ୍କୁ ଜିଳ୍ଲା ପ୍ରଶାସନ ଦାୟିତ୍ୱ ପ୍ରଦାନ କରିଛି । ପ୍ରବାସୀ ଓଡ଼ିଆମାନଙ୍କୁ ବ୍ଲକ୍ ପ୍ରଶାସନ ଓ ପଂଚାୟତ ପକ୍ଷରୁ ଖାଦ୍ୟ, ପାନୀୟ ଜଲ ଓ ଅନ୍ୟାନ୍ୟ ସେବା ଯୋଗାଇ ଦିଆଯାଉଛି । ଜିଳ୍ଲାରେ ଥିବା ବିଭିନ୍ନ ଗୋÂୀ ସ୍ୱାସ୍ଥ୍ୟୃକେନ୍ଦ୍ର ପକ୍ଷରୁ ଅଧିନରେ ଥିବା ପଂଚାୟତର ସଂଗରୋଧ ଗୃହ ମାନଙ୍କରେ ଗୋÂୀ ସ୍ୱାସ୍ତ୍ୟକେନ୍ଦ୍ର ପକ୍ଷରୁ ଅସୁସ୍ଥ ଥିବା ପ୍ରବାସୀ ଓଡ଼ିଆ ମାନଙ୍କର ଡ଼ାକ୍ତରୀ ମାଇନା କରାଯାଇ ସେମାନଙ୍କୁ ଓ୍ୟ÷ଷଧ ଯୋଗାଇ ଦିଆଯାଉଛି । ସଂଗରୋଧ ଗୃହରେ ଥିବା ପ୍ରବାସୀ ଓଡ଼ିଆ ମାନଙ୍କର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାବ ନିଆଯିବାର ବ୍ୟବସ୍ଥା କରାଯାଇଛି । ଜିଲ୍ଳା ପ୍ରଶାସନ ପକ୍ଷରୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯାଉଛି । ଜିଲ୍ଳାକୁ ପ୍ରାୟ ୨୫ ହଜାରରୁ ଉର୍ଦ୍ଧ ପ୍ରବାସୀ ଓଡ଼ିଆ ଫେରିବା ପାଇଁ ନାମ ପଞ୍ଜିକରଣ କରିଥିବାର ଜାଣିବାକୁ ମିଳିଛି ।

Leave A Reply

Your email address will not be published.

fifteen − twelve =