ସମ୍ବଲପୁରକୁ ଛୁଇଁଲା କରୋନା ରାଜ୍ୟର ୨୨ଟି ଜିଲ୍ଲା ତାଲିକାଭୁକ୍ତ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାକୁ ସର୍ବପ୍ରଥମେ ଛୁଇଁଲା କରୋନା । ଏହି ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଉକ୍ତ ସୂଚନା ଦିଆଯାଇଛି ।ରାଜ୍ୟରେ ନୂତନ ଭାବେ ଚିହ୍ନଟ ୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ଅଛନ୍ତି । ତେବେ ସେ ଜିଲ୍ଲାର କେଉ ସ୍ଥାନର ଓ କେମିତି କରୋନାରେ ଆକ୍ରାନ୍ତ ହେଲେ, ସେ ବିଷୟରେ କିଛି ସୂଚନା ମିଳିନାହିଁ ।ଏହାପୂର୍ବରୁ ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ସୁନ୍ଦରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା ଓ ବୌଦ୍ଧ ଆଜି ଜିଲ୍ଲାକୁ କରୋନା ଛୁଇଁ ସାରିଛି ।ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକ ମଧ୍ୟରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାରେ । ଏଠାରେ ୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି । ବାକି ୧୫ ଜଣ ଚିକିତ୍ସାଧୀନ ଅଛନ୍ତି । ବଲାଙ୍ଗିରରେ ୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତେ ଚିକିତ୍ସାଧୀନ ଅଛନ୍ତି । ବୌଦ୍ଧରେ ମଧ୍ୟ ୪ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସମସ୍ତେ ଚିକିତ୍ସାଧୀନ ଅଛନ୍ତି । ଦେବଗଡ଼ର ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇସାରିଛନ୍ତି । ଝାରସୁଗୁଡ଼ା ଓ କଳାହାଣ୍ଡିରେ ଦୁଇ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ସମସ୍ତେ ସୁସ୍ଥ ହୋଇସାରିଛନ୍ତି ।

Leave A Reply

Your email address will not be published.

19 − eleven =