ସାମୁଦ୍ରିକ ବାତ୍ୟା ପ୍ରତି ସତର୍କ ରହିବାକୁ ଜିଲ୍ଲାପାଳଙ୍କ ଅନୁରୋଧ

ଯାଜପୁର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅମ୍ଫାନ ଘନୀଭୂତ ହୋଇ ଉପକୂଳ ଅଭିମୁଖେ ଗତିକରୁଥିବା ବେଳେ ଏହାର ପ୍ରଭାବରେ ୧୯ ତାରିଖ ଠାରୁ ଜିଲ୍ଲାରେ ବର୍ଷା ଓ ପବନର ବେଗ ବଢିବାର ଆଶଙ୍କା ଥିବାରୁ ସମସ୍ତ ଜନସାଧାରଣ ସତର୍କ ରହିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଅନୁରୋଧ କରିଛନ୍ତି । ସୋମବାର ପୂର୍ବାହ୍ନରେ ବରିଷ୍ଠ ଅଧିକାରୀମାନଙ୍କ ସହ ସମ୍ଭାବ୍ୟ ବାତ୍ୟା ସଂପର୍କରେ ଆଲୋଚନା କରିଥିଲେ ଜିଲ୍ଲାପାଳ ଶ୍ରୀ ଦାସ । କରୋନା ପାଇଁ ବ୍ୟସ୍ତଥିବା ଜିଲ୍ଲା ପ୍ରଶାସନ ପାଇଁ ଅମ୍ଫାନ ବାତ୍ୟା ଏକ ବିରାଟ ଆହ୍ୱାନ ସଦୃଶ୍ୟ । ତେବେ ଆମର ପୂର୍ବପ୍ରସ୍ତୁତି, ଅତୀତର ଅଭିଜ୍ଞତା ଓ ଟିମ୍ ୱାର୍କ ଆମକୁ ନିଶ୍ଚିତ ସହାୟତା ଆଣିଦେବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ। ବିଶେଷ କରି ସମସ୍ତ ବରିଷ୍ଠ ଅଧିକାରୀମାନେ ଏକାଧିକ ବାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ପରିଦର୍ଶନ ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରି ପରାମର୍ଶ ମାନ ଦେଇଥିବାରୁ ଏହା ଫଳପ୍ରଦ ହେବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ତେଣୁ ସମସ୍ତ ଜନସାଧାରଣଙ୍କୁ ଭୟଭୀତ ନହୋଇ ଏଥିପ୍ରତି ସର୍ତକ ରହିବାକୁ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

three × 2 =