ସୀମା ପାର୍ ହୋଇ ପ୍ରବେଶ କରୁଛନ୍ତି ଶହଶହ ପ୍ରବାସୀ ଶ୍ରମିକ

ରାୟଗଡା: କରୋନା ମହାମାରୀ ଯୋଗୁଁ ସାରା ଦେଶରେ ସଙ୍କଟର ସ୍ଥିତି ସୃଷ୍ଟି ହୋଇଛି । ତେବେ ଲକ୍ଡାଉନ ଘୋଷଣା ପରେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶ୍ରମିକମାନେ । କାର୍ଯ୍ୟସ୍ଥଳରୁ କଂପାନୀ କତୃପକ୍ଷ ଶ୍ରମିକ ମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରିଯିବା ପାଇଁ ବାଧ୍ୟ କରୁଥିବା ବହୁ ନଜର ରହିଛି । ଲକ୍ଡାଉନ ଯୋଗୁଁ ବେଶୀ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ ମାନେ । ଓଡିଶା ଏବଂ ଝାଡଖଣ୍ଡରର ଶ୍ରମିକ ମାନେ ଆନ୍ଧ୍ରପ୍ରଦେଶ ସ୍ଥିତ ବିଜୟନଗର, ଶ୍ରୀକାକୁଲମ, ବିଶାଖାପାଟଣା ଆଦି ଅଂଚଳରେ ନିର୍ମାଣ ଶ୍ରମିକ ଭାବେ କାମ କରୁଛନ୍ତି । ବିଶାଖାପାଟଣା ସ୍ଥିତ ପଲିମର କଂପାନୀର ଗ୍ୟାସ ଲିକ ଘଟଣା ଆହୁରି ଦୁର୍ଦଶା ଆଣି ଦେଇଛି ଓଡିଆ ଶ୍ରମିକମାନଙ୍କୁ । କଂପାନୀ କତୃପକ୍ଷ ଶ୍ରମିକ ମାନଙ୍କ ହାତ ଅଧାବାଟରେ ଛାଡି ଦେଇଥିବା ଯୋଗୁଁ ଶ୍ରମିକ ମାନେ ନିଜ ନିଜ ଭିଟା ମାଟିକୁ ଫେରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଶହ ଶହ ମାଇଲ ରାସ୍ତା ଅତିକ୍ରମ କରି ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡା ଜିଲ୍ଲାରେ ପ୍ରବେଶ କରୁଛନ୍ତି । ଆଜି କିଛି ଝାଡଖଣ୍ଡର ଶ୍ରମିକ ବିଶାଖାପାଟଣାରୁ ଝାଡଖଣ୍ଡ ଯିବା ପାଇଁ ୫ ଦିନ ଧରି ସାଇକେଲ ଯାତ୍ରା କରି ରାୟଗଡା ଆଖ ପାଖ ଅଂଚଳରେ ପହଂଚିଥିଲେ । ତେବେ ସୀମାନ୍ତ ଅଂଚଳ ପାର କରିବା ସମୟରେ ଶ୍ରମିକ ମାନଙ୍କ ହାତରେ ସିଲ ଏବଂ ଥର୍ମାଲ ପରୀକ୍ଷା କରି ଛାଡି ଦିଆଯାଇଥିଲା । ତେବେ ଶ୍ରମିକ ମାନେ ଭୋକିଲା ଥିଲେ ଏବଂ ସେମାନଙ୍କୁ କୌଣସି ଖାଦ୍ୟ ଦିଆଯାଇନଥିଲା । ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରୁ ଦୈନିକ ଶହ ଶହ ସଂଖ୍ୟାକ ଦାଦନ ଶ୍ରମିକ ଅନ୍ୟଉପାୟ ନ ପାଇ ନିଜ ନିଜ ଘରମୁହାଁ ହେବା ପାଇଁ ବିପଦପୂର୍ଣ୍ଣ ସାଇକେଲ ଯାତ୍ରା, ରେଳ ଧାରଣା ଦେଇ ନିଜ ନିଜ ଗାଁ ଅଭିମୁଖେ ବାହାରୁଛନ୍ତି ।

Leave A Reply

Your email address will not be published.

17 − seventeen =