ମଇ ୧୩ରୁ ଭୁବନେଶ୍ୱର ଏବଂ ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ହେବ। ଏହି ଟ୍ରେନ୍ ସେବା କଟକ, ଭଦ୍ରକ, ବାଲେଶ୍ୱର, ହିଜଲି (ଖଡ଼କପୁର), ଟାଟାନଗର ଜେନ୍, ମୁରି, ବୋକରୋ ଷ୍ଟଲ୍ ସିଟି, ଗୋମୋହ ଜେନ୍, କୋଡେର୍ମା, ଗୟା, ଡିଡି ଉପାଧ୍ୟାୟ ଜନ୍ ଏବଂ କାନପୁର ସେଣ୍ଟ୍ରାଲ୍ରେ ଉପଲବ୍ଧ ହେବ ବୋଲି ଅଧିକାରୀକ ସୂତ୍ରରୁ ପ୍ରକାଶ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଯାତ୍ରୀବାହୀ ସମସ୍ତ ଟ୍ରେନ୍ ଚଳାଚଳକୁ ବନ୍ଦ ରଖିଥିଲା। ତେବେ ପୁଣିଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି।  ବନ୍ଦ ଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଏକାଥରକେ ଯାତ୍ରା ଆରମ୍ଭ କରିବ ନାହିଁ। 
 
			