୪ ଆତଙ୍କବାଦୀ ଗିରଫ: ଆକ୍ରମଣ ଯୋଜନା

ଶ୍ରୀନଗର: ଜାମ୍ମୁ କାଶ୍ମୀରର ବଡଗାଓଁରେ ପୁଲିସ ଏବଂ ଭାରତୀୟ ସେନା ମିଳିତ ଭାବେ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି  ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଏବଂ ସହାୟତା ଯୋଗାଇବାରେ ଜଡିତ ଥିଲା। ଜାମ୍ମୁ କାଶ୍ମୀର ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ରବିବାର ଦିନ ବଡଗାଓଁ ଜିଲ୍ଲାର ବିରୱା ଅଞ୍ଚଳରେ ସ୍ଥାନୀୟ ପୁଲିସ ଏବଂ ଭାରତୀୟ ସେନାର ମିଳିତ ଅପରେସନରେ ଏହି ସଫଳତା ହାସଲ କରିଯାଇଛି । ଏଲଓସି ନିକଟବର୍ତ୍ତୀ ଅଞ୍ଚଳରେ ଲଶ୍କର, ହିଜବୁଲ ଏବଂ ଅଲ-ବଦର ଆତଙ୍କବାଦୀ ଠୁଳ ହେବାରେ ଲାଗିପଡିଛନ୍ତି | ଲଶ୍କରର ୧୬ ଆତଙ୍କବାଦୀ ମାଛିଲା ସେକ୍ଟରର ଅପର ପାର୍ଶ୍ୱରେ ଥିବା ପାକ ଅଧିକୃତ କାଶ୍ମୀରରୁ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି | ଲଶ୍କର ଏବଂ ଅଲ ବଦରର ୧୧ ଜଣ ଆତଙ୍କବାଦୀ ଟାଙ୍ଗଧର ସେକ୍ଟରର ଅପର ପାର୍ଶ୍ୱରେ ଥିବା ଲଞ୍ଚ ପ୍ୟାଡ୍ ମାଧ୍ୟମରେ ଭାରତକୁ ଦୁଇଟି ପୃଥକ ଦଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଯାହାକୁ ନେଇ ସୁରକ୍ଷାକର୍ମୀ ଏବେ ସଜାଗ ହୋଇପଡିଛନ୍ତି | ପାକିସ୍ତାନ ଆସନ୍ତା ୧୦ ଦିନ ମଧ୍ୟରେ ସୁରକ୍ଷା ବାହିନୀ ଉପରେ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି।

Leave A Reply

Your email address will not be published.

thirteen − nine =