ନୂଆଦିଲ୍ଲୀ- ଜୁଲାଇରୁ ସ୍କୁଲ ଖୋଲିବା ନେଇ କେନ୍ଦ୍ରସରକାର ଯୋଜନା କରିଛନ୍ତି । ପ୍ରଥମେ ଗ୍ରୀନ ଓ ଅରେଞ୍ଜ ଜୋନରେ ସ୍କୁଲ ଖୋଲିବାକୁ ଅନୁମତି ଯିଆଯିବ । ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ନାହିଁ । ଅଷ୍ଟମ ଶ୍ରେଣୀରୁ ଉଦ୍ଧ୍ୱର୍ ପିଲାମାନେ ସ୍କୁଲ ଯାଇପାରିବେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଛୋଟ ପିଲାମାନେ କରେନା ପାଇଁ ଜାରି କରାଯାଇଥିବା ଗାଇଡଲାଇନ ଓ ସମାଜିକ ଦୂରତ୍ୱ ମାନିବାର ସମ୍ଭାବନା ନ ଥିବାରୁ ସେମାନଙ୍କୁ ଘରେ ରହି ପାଠପଢିବାକୁ କୁହାଯାଇଛି । ଅନ୍ୟପଟେ ସ୍କୁଲ ଶିକ୍ଷକମାନଙ୍କୁ କୋଭିଡ ଗାଇଡଲାଇନ ସଂମ୍ପର୍କରେ ଅବଗତ କରାଯିବ । ଯେପରିକି ସେମାନେ ସ୍କୁଲରେ ତାହା ପାଳନ କରିବେ ।