ଜୁଲାଇ ୩୧ ପର୍ଯ୍ୟନ୍ତ ବୈଧ ରହିବ ଗାଡି କାଗଜପତ୍ର

ନୂଆଦିଲ୍ଲୀ- ଜୁଲାଇ ୩୧ ପର୍ଯ୍ୟନ୍ତ ବୈଧ ରହିବ ଗାଡି କାଗଜପତ୍ର । ଯେଉଁମାନେ ନୂଆ ଡ୍ରାଇଭିଂ ଲାଇସେନ୍ସ କିମ୍ବା ନବୀକରଣ, ଲର୍ଣ୍ଣିଂ, ଫିଟନେସ ସାଟିଫିକେଟ୍, ପ୍ରଦୂଷଣ ସାର୍ଟିଫିକେଟ, ଅନ୍ତର୍ଜାତୀୟ ଡ୍ରାଇଭିଂ ପର୍ମିଟ୍ ପାଇଁ ଆବେଦନ ପୂର୍ବରୁ ଫି ଦାଖଲ କରିଛନ୍ତି ତାହା ୩୧ ତାରିଖ ଯାଏଁ ବୈଧ ରହିବ । ଲକଡାଉନ ଯୋଗୁଁ କେନ୍ଦ୍ରସରକାର ଏହିି ଘୋଷଣା କରିଛନ୍ତି । ଫେବ୍ରୁଆରି ୧ରୁ ଲକଡାଉନ ଅବଧି ମଧ୍ୟରେ କୌଣସି ଦେୟ ଦେବାରେ ବିଳମ୍ବ ହୁଏ ସେଥିପାଇଁ ଜୁଲାଇ ୩୧ ପର୍ଯ୍ୟନ୍ତ ଏହା ବୃଦ୍ଧି କରାଯାଇଥିବା ବେଳେ ଅତିରିକ୍ତ ଚାର୍ଜ ଲାଗିବ ନାହିଁ । ନୂଆ ଗାଡି ରେଜିଷ୍ଟ୍ରସନ କ୍ଷେତ୍ରରେ ଏହି ନିୟମ ଲାଗୁ ହେବନାହିଁ । ବିଏସ-୪ ଗାଡିର ରେଜିଷ୍ଟ୍ରସନକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ମତେ ପରିବହନ ମନ୍ତ୍ରଳାୟ ଏହି ନିଷ୍ପତି ନେଇଛି ।

Leave A Reply

Your email address will not be published.

11 + 19 =