ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି

ନୂଆଦିଲ୍ଲୀ- ଆଜି ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି । ଏହି ଅବସରରେ ଦେଶବାସୀଙ୍କୁ ପତ୍ର ଜରିଆରେ ଆହ୍ୱାନ କରି କହିଛନ୍ତି ଯେ ଆପଣଙ୍କ ମାନଙ୍କ ଭଲ ପାଇବା ଯୋଗୁଁ ଲଗାତର ଦ୍ୱିତୀୟ ଥାର ପାଇଁ ଶାସନ ଗାଦି ସମ୍ଭାଳି ଥିବାରୁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅଡିଓ ବାର୍ତା ଜରିଆରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି । ଭାରତ ଘଡିସନ୍ଧି ମୁହୂର୍ତ ଦେଇ ଗତି କରୁଛି ।ତେଣୁ ଆମେ ଆଗକୁ ବଡିବା , ପ୍ରଗତି ପଥରେ ଆଗେଇ ଯିବା । ଏଭଳି ଯୁଦ୍ଧରେ ଆମେ ଯୋଦ୍ଧା ସାଜିବା । ଅନେକ ଦେଶ ଆଶଙ୍କା କରୁଥିଲେ ଯେ ଯଦି କରେନା ଭାରତରେ କାୟାବିସ୍ତାର କରିବ ତେବେ ସମଗ୍ର ବିଶ୍ୱ ପାଇଁ ମହାବିପଦ ମାଡି ଆସିବ । ମାତ୍ର କରୋନା ଯୋଦ୍ଧୁରେ ଆମେ ହାରି ନାହୁଁ । ଜିଣିବା ଲକ୍ଷରେ ଉଦ୍ୟମ ଜାରି ରଖିଛୁ । ତେଣୁ ସମଗ୍ର ବିଶ୍ୱ ଆଜି ଭାରତକୁ ଭିନ୍ନ ଦୃଷ୍ଟିରେ ଦେଖୁଛି । ଅମ୍ପାନ ବାତ୍ୟା ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ପଦକ୍ଷେପ ଅତି ପ୍ରଶଂସନୀୟ ଥିଲା । ଗଲା ଏକ ବର୍ଷ ଧରି ସରକାର ଗତ ଶସନ କାଳର ଅପୂରଣୀୟ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ପ୍ରୟାସ ଜାରି ରହିଛି । ଶାସନ କାଳର ପୁରା ହିସାବ ଦେଇ ସବୁ କ୍ଷେତ୍ରରେ ଦେଶବାସୀଙ୍କ ସହଯୋଗ ଓ ସମର୍ଥନକୁ ତାରିଫ କରି କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.

7 + three =