ଆଜିଠାରୁ ଯୁକ୍ତ ୨ ଖାତା ମୂଲ୍ୟାୟନ

ଭୁବନେଶ୍ୱର- ଆଜିଠାରୁ ଅନଲାଇନରେ ଯୁକ୍ତ ୨ ଖାତା ଦେଖା । ଏଥିପାଇଁ ୩୬ ଟି କେନ୍ଦ୍ର ଖୋଲା ଯାଇଛିି । ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ପ୍ରଥମ ସିଫ୍ଟ ସକାଳ ୭ଟା ୩୦ରୁ ମଧ୍ୟାହ୍ନ ୧୨ ଟା ୩୦ ଓ ଦ୍ୱତୀୟ ସିଫ୍ଟ ଅପରାହ୍ନ ୧.୩୦ ରୁ ସନ୍ଧ୍ୟା ୬ .୩୦ ପର୍ଯ୍ୟନ୍ତ ମୂଲ୍ୟାୟନ କରାଯିବ । ଏଥିପାଇଁ ୪ ହଜାରରୁ ଅଧିକ ଅଧ୍ୟାପକଙ୍କୁ ନିଯୁକ୍ତି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ଖାତା ଇ-ମୂଲ୍ୟାୟନ କରିବା ସହ ଦ୍ୱିତୀୟ ପର୍ଯ୍ୟାୟରେ କଳା ଓ ଧନ୍ଦାମୂଳକ ଖାତା ଅଫଲାଇନ ମୂଲ୍ୟାଙ୍କନ କରାଯିବ ବୋଲି ଉଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ତେବେ ୩୬ ଟି କେନ୍ଦ୍ରରେ ଖାତା ଦେଖା ସମ୍ଭବ ହୋଇପାରିନି । କେତେକ କେନ୍ଦ୍ର ବିଶୋଧନ ହୋଇନଥିବା ବେଳେ ଅନ୍ୟ କେତକ କେନ୍ଦ୍ର ସଙ୍ଗରୋଧ ଗୃହ ଭାବେ ରହିଛି । ତେଣୁ ପ୍ରର୍ଯ୍ୟାୟ କ୍ରମେ ସବୁ କେନ୍ଦ୍ରରେ ଖାତା ମୂଲ୍ୟାୟନ ଆରମ୍ଭ କରାଯିବ । ମୂଲ୍ୟାଙ୍କନ କେନ୍ଦ୍ରକୁ ସବୁ ଦିନ ସାନିଟାଇଜିଂ ଓ ମୂଲ୍ୟାଙ୍କନକାରୀଙ୍କ ଥର୍ମାଲ ସ୍କ୍ରିନଂ କରାଯିବା ।

Leave A Reply

Your email address will not be published.

10 − 2 =