ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ମାଓବାଦୀଙ୍କୁ ଆଦିବାସୀ ବିକାଶ ସଂଘର ଆହ୍ଵାନ

ନୂଆପଡ଼ା: ଆଦିବାସୀ ବିକାଶ ସଂଘ ମାଓବାଦୀମାନଙ୍କୁ କରୋନା ମହାମାରୀ ସମୟରେ ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ଆହ୍ଵାନ ଦେଇ ଏକ ପୋଷ୍ଟର ମାରିଛନ୍ତି। ଏହି ପୋଷ୍ଟର ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରୁ ୩ କିଲୋମିଟର ଟାନୁୱାଟ ଛକ ଠାରେ ଦେଖିବାକୁ ମିଳିଛି। ଏହି ପୋଷ୍ଟର ଉଲ୍ଲେଖ ରହିଛି ଯେ, ବିଶ୍ୱ ବର୍ତ୍ତମାନ କରୋନା ଭଳି ଭୟଙ୍କର ଭୂତାଣୁ ସହ ଲଢ଼ୁଛି। ଏହି ଯୁଦ୍ଧରେ ଶହସ୍ରାଧିକ ସ୍ୱାସ୍ଥ୍ୟକର୍ମୀ, ପୁଲିସ, ଏନଏସି କର୍ମଚାରୀ ଓ ଅନ୍ୟନ୍ୟ ଅତ୍ୟାବଶ୍ୟକ ସେବା ସଂସ୍ଥା ନିଜର ଜୀବନକୁ ଖାତିର ନକରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବାକୁ ଅଣ୍ଟା ଭିଡ଼ିଛନ୍ତି।
ଏହି ସମୟରେ ମାଓବାଦୀମାନେ ଆଦିବାସୀ ଗ୍ରାମକୁ ଯାଇ ସେଠାରେ ରହୁଥିବା ଆଦିବାସୀ ଲୋକଙ୍କୁ ଭୟଭୀତ କରୁଛନ୍ତି। ।ଏହି କରୋନା ଭୂତାଣୁ ଚେନ୍‌କୁ ଭାଙ୍ଗିବା ପାଇଁ ସଙ୍ଗରୋଧ ହିଁ ଏକମାତ୍ର ବିକଳ୍ପ । ଏଭଳି ସମୟରେ ମାଓବାଦୀ ଗାଁକୁ ଯାଇ ଲୋକଙ୍କ ସହିତ ମିଳାମିଶା କରି ସଭା ସମିତି କରୁଛନ୍ତି। ସେମାନଙ୍କ ଏଭଳି କାମ ଲୋକଙ୍କ ଜୀବନକୁ ବିପଦରେ ପକାଉଛି।

ଦୀର୍ଘ ଦିନ ଅପହଞ୍ଚ ଅଞ୍ଚଳରେ ବିଭିନ୍ନ ଅମାନବିକ କାର୍ଯ୍ୟ କରି ନିଜର ଉପସ୍ଥିତି ଜାହିର କରୁଛନ୍ତି। ଏପରି ସମୟରେ ଆଦିବାସୀ ବିକାଶ ସଂଘ ମାଓବାଦୀମାନଙ୍କୁ ଆହ୍ଵାନ କରୁଛୁ ସେମାନେ ନିଜ ମାନବିକତା ଦେଖାଇ ଜନ କଲ୍ୟାଣ ପାଇଁ ସାମାଜିକର ମୁଖ୍ୟ ସ୍ରୋତକୁ ଫେରନ୍ତୁ।

Leave A Reply

Your email address will not be published.

11 − 9 =