ଜାତିସଂଘ: ଶିଶୁ ଅଧିକାରକୁ ବିପନ୍ନ କରୁଛି ମହାମାରୀ କୋରନା ।ବିଶେଷ ଭାବେ ନିବାରଣକ୍ଷମ କାରଣ ପାଇଁ କୋଭିଡ଼-୧୯ ଶିଶୁ ମାନଙ୍କ ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଦୁର୍ବଳ କରିପକାଉଛି । ଏଥିପାଇଁ ଆଗାମୀ ୬ମାସ ଭିତରେ ବିଶ୍ୱରେ ଆହୁରି ଅଧିକ ୬୦୦୦ ଶିଶୁ ମୃତୁ୍ୟମୁଖରେ ପଡ଼ିବେ ବୋଲି ‘ୟୁନିସେଫ’୍ ସତର୍କ କରାଇ ଦେଇଛି । ଏତେ ସଂଖ୍ୟକ ଶିଶୁ ଆଗରୁ ଦଶନ୍ଧି ଦଶନ୍ଧି ଧରି କେବେ ଆଖିବୁଜିନାହାନ୍ତି ବୋଲି ‘ୟୁନିସେଫ୍’ ଚିନ୍ତାପ୍ରକଟ କରିଛି। ୧୧୮ଟି ନିମ୍ନ ଓ ମଧ୍ୟମ ଆୟବର୍ଗ ଦେଶରେ ଆଗାମୀ ଛଅ ମାସ ଭିତରେ ନିୟମିତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ୧୨ ଲକ୍ଷ ଶିଶୁ ଆଖି ବୁଜିବାର ଆଶଙ୍କା ରହିଥିବା ‘ୟୁନିସେଫ୍’ ପ୍ରକାଶ କରିଛି। ଏ ଭଳି ସ୍ଥିତିରେ ଶିଶୁମାନଙ୍କ ରକ୍ଷଣାବେକ୍ଷଣ ପାଇଁ ଆଶୁ ପଦକ୍ଷେପ ନନେଲେ ସ୍ଥିତି ଆହୁରି ବିଗିଡ଼ିଯିବ ବୋଲି ‘ୟୁନିସେଫ୍’ର ନିର୍ବାହୀ ନିର୍ଦ୍ଦେଶକ ହେନରିଟା ଫୋର୍ ଆଶଙ୍କା ବ୍ୟକ୍ତ କରିଛନ୍ତି।