୧୨ ଜିଲ୍ଲାକୁ ହାଇ ଆଲର୍ଟ ଜାରି, ୪ ଜିଲ୍ଲାକୁ ବିପଦ

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟାକୁ ନେଇ ୧୨ ଜିଲ୍ଲା ଗଞ୍ଜାମ,ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା,ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, ଅନୁଗୋଳ ଓ ଢେଙ୍କାନାଳ ହାଇଆଲର୍ଟ ଜାରିକରାଯାଇଛି ।ସେହିପରି ୪ ଜିଲ୍ଲା କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାରେ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ବୋଲି ଆକଳନ କରାଯାଇଛି । ତେଣୁ ଏ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀନ କୁମାର ଜେନା ନିର୍ଦେଶ ଦେଇଛନ୍ତି ।ସବୁ ସ୍କୁଲ ଓ କଲେଜକୁ ଆଶ୍ରୟ ସ୍ଥଳ କରାଯିବ ।ସେଠାରେ ଦୁଇ ଜଣ ଶିକ୍ଷକ ବା ଅଧ୍ୟପକଙ୍କୁ ଦାୟିତ୍ୱରେ ରହିବେ । ସ୍ଥାନାନ୍ତରିତ ଲୋକମାନଙ୍କୁ ରନ୍ଧାଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ସୁବିଧା ଯୋଗାଇବା ସହିତ ବୃଦ୍ଧ, ଦିବ୍ୟାଙ୍ଗ, ମହିଳା ଓ ଶିଶୁମାନଙ୍କ ପାଇଁ ଯତ୍ନ ଦେବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

13 − 1 =