ଜୁଲାଇ ସୁଦ୍ଧା ଫ୍ରାନ୍ସରୁ ମିଳିବ ୪ ରାଫେଲ

ନୂଆଦିଲ୍ଲୀ: ଭାରତ ଆସନ୍ତା ଜୁଲାଇ ଶେଷ ସୁଦ୍ଧା ଫ୍ରାନ୍ସରୁ ଆଣିବ ଆଉ ୪ ରାଫେଲ ଯୁଦ୍ଧ ବିମାନ । ମେ ମାସରେ ଏହା ମିଳିବାର ଥିଲା । ମାତ୍ର କୋରନା ଯୋଗୁ ସାମାନ୍ୟ ବିଳମ୍ବ ହୋଇଛି । ସେହିପରି ଭାରତୀୟ ବାୟୁ ସେନା ହିନ୍ଦୁସ୍ଥାନ ଏରୋନେଟିକ୍ସଠାରୁ ୬୦୦କୋଟି ଡ଼ଲାର ମୂଲ୍ୟରେ୮୩ ତେଜସ୍ ଜେଟ୍ କିଣିବ । ଦୁଇ ବର୍ଷ ପୂର୍ବେ ଭାରତ ସରକାର ୧୧୪ଟି ଯୁଦ୍ଧବିମାନ କିଣିବା ପାଇଁ ଆନ୍ତର୍ଜାତିକ ଟେଣ୍ଡର ଆହ୍ବାନ କରିଥିଲେ। ପୁରୁଣାକୁ ହଟାଇ ଭାରତ ଅତ୍ୟାଧୁନିକ ଯୁଦ୍ଧବିମାନ ବ୍ୟବହାର କରିବ। ଏହି ପରିପ୍ରେକ୍ଷୀରେ ୧୨୩ଟି ତେଜସ୍‌ ବ୍ୟବହାରର ଯୋଜନା ରହିଛି। ସ୍ବଦେଶ ନିର୍ମିତ ଯୁଦ୍ଧବିମାନ କିଣିବା ଦ୍ବାରା ଭାରତ ଦୁଇଟି ବିଷୟ ପ୍ରତିଷ୍ଠା କରିବ। ପ୍ରଥମତଃ ସ୍ବଦେଶୀ ଅସ୍ତ୍ର ଓ ବିମାନ ବ୍ୟବହାର ସହିତ ଏହା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ମଭର ହେବ । ବିଶ୍ବକୁ କମ୍‌ ମୂଲ୍ୟରେ ଶକ୍ତିଶାଳୀ ଯୁଦ୍ଧବିମାନ ବିକ୍ରି କରି ଆନ୍ତର୍ଜାତିକ ବଜାରରେ ନିଜର ପ୍ରତିଷ୍ଠା ଜାହିର କରିବ ବୋଲି କହିଛନ୍ତି ସିଡିଏସ୍‌ ଜେନେରାଲ ବିପିନ ରାୱତ।

Leave A Reply

Your email address will not be published.

15 + nineteen =