ସଂଙ୍ଗରୋଧ କେନ୍ଦ୍ରରେ ନିମ୍ନମାନ ଖାଦ୍ୟ ଅଭିଯୋଗ

ରାଜଗାଙ୍ଗପୁର: ସଂଙ୍ଗରୋଧ କେନ୍ଦ୍ରରେ ନିମ୍ନମାନ ଖାଦ୍ୟ ପରିବେଷଣ ନେଇ ଗୁରୁତର ଅଭିଯୋଗ । ରାଜଗାଙ୍ଗପୁରରେ ପ୍ରବାସୀଙ୍କ ପାଇଁ ରହିଛି ୬ ସଂଙ୍ଗରୋଧ କେନ୍ଦ୍ର । ବୟସ୍କଙ୍କ ପାଇଁ ପ୍ରତିଦିନ ୧୨୦ ଓ ଶିଶୁଙ୍କ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ସତ୍ୱେ ପୈାରପାଳିକା ପକ୍ଷରୁ ନିମ୍ନମାନ ଖାଦ୍ୟ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରବାସୀ । ଭାତରୁ ପୋକ ବାହାରୁଥିବା ବେଳେ କଂଚା ରୁଟି ଦିଆଯାଉଛି ବୋଲି ପ୍ରବାସୀ ପ୍ରସାଶନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି ।

Leave A Reply

Your email address will not be published.

19 + fourteen =