‘ଅମ୍ଫାନ’ ମୁକାବିଲା ନେଇ ପ୍ରଶାସନର ପ୍ରସ୍ତୁତି

ବିଞ୍ଝାରପୁର: ସାମ୍ପ୍ରତିକ ସମୟରେ ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ଦିନରାତି ଏକ କରି ଦେଇଥିଲା ବେଳେ ଏବେ ସାମ୍ଭାବ୍ୟ ବାତ୍ୟା ଅମ୍ଫାନ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏହି ଆସୁଥିବା ବାତ୍ୟା ଅମ୍ଫାନକୁ ମୁକାବିଲା କରିବା ପାଇଁ ରବିବାର ପୁର୍ବାହ୍ନରେ ବିଞ୍ଝାରପୁର ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ବିଞ୍ଝାରପୁର ବିଡିଓ ମିନତୀ ଜଗଦେବ ଅଧ୍ୟକ୍ଷରେ କରିଥିଲା ବେଳେ ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ଅସ୍ମିତା ଦାଶ, ବ୍ଲକ ଅଧ୍ୟକ୍ଷ ନନ୍ଦକିଶୋର ସାମଲ, ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ପ୍ରକାଶ ପ୍ରମୁଖ ଯୋଗଦେଇ କିପରି ସାମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା କରାଯିବା ସହ ଯେପରି ଧନଜୀବନ ହାନୀ ନହେବ ସେଥିପ୍ରତି ସଜାଗ ରହିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ଏହି ବୈଠକରେ ବ୍ଲକରେ ଥିବା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳିଗୁଡିକୁ ଜନସାଧାରଣଙ୍କ ରହିବା ନିମନ୍ତେ ଉପଯୁକ୍ତ କରିବା ପାଇଁ ଅଧିକାରୀମାନଙ୍କକୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ସାମଲ ତାଗିଦ କରିଥିଲେ । ଏହି ବୈଠକରେ ବ୍ଲକସ୍ତରୀୟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

5 × 2 =