୪ ରାଜ୍ୟବାସୀଙ୍କୁ କର୍ଣ୍ଣାଟକ ମନା

ବେଙ୍ଗାଲୁର: ଦେଶରେ ଘାତକ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ି·ଲିଥିବା ବେଳେ କର୍ଣ୍ଣାଟକ ସରକାର ଆଜି ୪ଟି ରାଜ୍ୟ ତଥା ମହାରାଷ୍ଟ୍ର, ଗୁଜରାଟ, କେରଳ ଓ ତେଲେଙ୍ଗାନା ଜନସାଧାରଣଙ୍କ କର୍ଣ୍ଣାଟକ ପ୍ରବେଶ ଉପରେ ନିଷିଦ୍ଧାଦେଶ ଜାରି କରିଛନ୍ତି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ନିଷିଦ୍ଧାଦେଶ ବଳବତର ରହିବ ବୋଲି ମୁଖ୍ୟମନ୍ତ୍ରୀ ବିଏସ୍ ୟାଦୁରପ୍ପା କହିଛନ୍ତି । ଆଜି ୪ଟି ରାଜ୍ୟର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ଘୋଷଣା କରି ଶ୍ରୀ ୟୁଦୁରପ୍ପା କହିଛନ୍ତି ଯେ, ସମ୍ପ୍ରତି ଗୁଜରାଟ, ମହାରାଷ୍ଟ୍ର, କେରଳ ଏବଂ ତେଲେଙ୍ଗାନାରେ କରୋନା ଭୂତାଣୁ ସଂକ୍ରମିତମାନଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି·ଲିଛି । କର୍ଣ୍ଣାଟକରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ ଦର୍ଶାଇଛନ୍ତି ।

Leave A Reply

Your email address will not be published.

three + 4 =