ପୁରୀ : ଅମ୍ପନ ଯୋଗୁ ଜିଲ୍ଲାର ୩ଟି ବ୍ଲକରେ ପ୍ରାୟ ୧୫୦୦ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି । ଧାନ ଜମିରେ ପାଣି ଜମି ରହିଛି । ଅଧା ପାଚିଲା ଧାନ ଫସଲ ପାଣିରେ ଲୋଟୁଛି।
ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ଅନେକ ସ୍ଥାନରେ ଟେଲିଫୋନ ସେବା ମଧ୍ୟ ପ୍ରଭାବିତ ହୋଇଛି । ଗତ ବର୍ଷ ଫନିସରୁ ବର୍ତ୍ତିଯାଇଥିବା ଅନେକ ଗଚ ଏଥର ଭାଙ୍ଗି ପଡିଛି ତେବେ ଡାଳୁଅ ଧାନ ଫସଲ ଅଧିକ କ୍ଷତିଗ୍ରସ୍ତ ହୋଇଛି ।