ସ୍ୱଚ୍ଛ ସହର ତାଲିକାରେ ରାଜ୍ୟର ନାହିଁ କୌଣସି ସହର

ଭୁବନେଶ୍ୱର: ଓଡ଼ିଶାର କୌଣସି ସହର ଦେଶର ଆବର୍ଜନାମୁକ୍ତ ସହର ତାଲିକାରେ ସ୍ଥାନ ପାଇନାହିଁ । କେନ୍ଦ୍ର ଗୃହ ଓ ସହରାଂଚଳ ମନ୍ତ୍ରାଳୟ ପକ୍ଷରୁ ୨୦୧୯/୨୦ ପାଇଁ ପ୍ରକାଶ ପାଇଥିବା ୧୪୧ଟି ଆବର୍ଜନାମୁକ୍ତ ସହର ଭିତରେ ସ୍ଥାନ ପାଇବାରେ ରାଜ୍ୟ ବିଫଳ ହୋଇଛି । ଦେଶର ୬ଟି ସହରକୁ ପଂଚତାରକା ରେଟିଂ ମିଳିଥିବା ବେଳେ ୬୫ଟି ସହର ୩ ତାରକା ଓ ୭୦ଟି ସହରକୁ ଏକ ତାରକା ଦିଆଯାଇଛି ।ଏଥିପାଇଁ ଦେଶର ୧୪୩୫ ସହର ଆବେଦନ କରିଥିବା ବେଳେ ତହିଁରୁ ୬୮୯ଟି ସହରକୁ ହିଁ ଅନୁଶୀଳନ କରିବା ପାଇଁ ଅନୁମତି ଦିଆଯାଇଥିଲା । ଏଥିରେ ୧.୧୯ କୋଟି ଲୋକଙ୍କ ମତାମତ ନିଆଯାଇଥିଲା । ୧୦ ଲକ୍ଷ ଜିଓ ଟ୍ୟାଗ୍ ଫଟୋ ସହ ୫୧୭୫ କଠିନ ବର୍ଜ୍ୟବସ୍ତୁ ପରି·ଳନା ପ୍ଲାଂଟକୁ ୧୨୧୦ ଜଣ ଫିଲ୍ଡ ଅଧିକାରୀ ପରିଦର୍ଶନ କରିଥିଲେ । ସହରଗୁଡ଼ିକୁ ଆବର୍ଜନା ମୁକ୍ତ କରିବା ଓ ଲୋକମାନଙ୍କ ମଧ୍ୟରେ ସଫାସୁତରାକୁ ବଜାୟ ରଖିବା ଉଦେ୍ଧଶ୍ୟରେ ୨୦୧୮ ମସିହାରେ ଏହି ରେଟିଂ ପ୍ରୋଟୋକଲ ଆରମ୍ଭ କରାଯାଇଥିଲା । ନିକଟରେ ଏହାର ସଂଶୋଧିତ ପ୍ରୋଟୋକଲ ଘୋଷଣା କରାଯାଇଛି । ଦେଶର ୫ ତାରକା ପାଇଥିବା ସହରଗୁଡ଼ିକ ହେଲା ଛତିଶଗଡ଼ର ଅମ୍ବିକାରପୁର, ଗୁଜୁରାଟର ରାଜକୋଟ ଓ ସୁରତ, କର୍ଣ୍ଣାଟକର ମହୀଶୂର, ମଧ୍ୟପ୍ରଦେଶର ଇନେ୍ଦାର ଓ ମୁମ୍ବାଇର ନବି ମୁମ୍ବାଇ ରହିଛି ।

Leave A Reply

Your email address will not be published.

19 − seven =