ସୂଚନା ନଦେଇ ରାଜ୍ୟ ବହାରୁ ଆସୁଛନ୍ତି ୨୦ ହଜାର ପ୍ରବାସୀ

ଭୁବନେଶ୍ୱର- ବିନା ସୂଚନାରେ ଓଡିଶା ଫେରୁଛନ୍ତି ତେଲେଙ୍ଗାନାରେ ଫସି ରହିଥିବା ୨୦ ହଜାରରୁ ଅଧିକ ପ୍ରବାସୀ । ୧୨ ଟି ଟ୍ରେନ ଯୋଗେ ସେମାନେ ଓଡିଶାକୁ ଆସୁଛନ୍ତି । ଏନେଇ ତେଲେଙ୍ଗାନା ପ୍ରଶାସନ କିମ୍ବା ସମ୍ପୃକ୍ତ ପ୍ରବାସୀଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । କତେ ପ୍ରବାସୀ ଆସୁଛନ୍ତି ଓ ସେମାନେ ରାଜ୍ୟର କେଉଁ ସ୍ଥାନକୁ ଯିବେ ସେନେଇ ଆଗୁଆ ସୂଚନା ନଥିବାରୁ ପ୍ରବାସୀମାନେ ସମସ୍ୟାରେ ପଡିପାରନ୍ତି । ଯେଉଁମାନେ ବାହର ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ଦେବା ଆବଶ୍ୟକ । ବିନା ସୂଚନାରେ ଆସିଲେ ମାଗଣା ଟିକେଟ ବ୍ୟବସ୍ଥା ଲାଗୁ ହୋଇନପାରେ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।

Leave A Reply

Your email address will not be published.

four × five =