ଲଦାଖ ପରିସ୍ଥିତି ନେଇ ୩ ସେନା ମୁଖ୍ୟଙ୍କ ସହ ମୋଦୀଙ୍କ ଆଲୋଚନା

ନୂଆଦିଲ୍ଲୀ- ଲଦାଖ ସୀମାନ୍ତବର୍ତୀ ଇଲାକାରେ ଭାରତ ଓ ଚୀନ ମଧ୍ୟରେ ଉତେଜନା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ସୋନା ମୁଖ୍ୟଙ୍କ ସହ ଜରୁରୀ ବୈଠକ ଡକାଇ ଆଲୋଚନା କରିଛନ୍ତି । ଏହାଛଡା ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ସିଗଲାଙ୍କୁ ଭୋଟି ମୋଦୀ ଆଲୋଚନା କରିଥିଲେ । ଚୀନ ସୀମାରେ ଭାରତ ପକ୍ଷରୁ ଭିତିଭୂମି ନିର୍ମାଣକୁ ବିରୋଧ କରୁଛି । ଚୀନର ଚାପ ପ୍ରୟୋଗ ସ୍ୱତେ ସୀମାରେ ସଡକ ଓ ପୋଲ ଆଦି ଭିତିଭୂମି ନିର୍ମାଣ କରିବାକୁ ଭାରତ ସରକାର ନିଷ୍ପତି ନେଇଛନ୍ତି । ନିର୍ମାଣ କାର୍ଯ୍ୟ ବନ୍ଦ ନରହିଲେ ସ୍ଥିତି ସଙ୍ଗୀନ ହେବ ବୋଲି ଚୀନ ସ୍ପଷ୍ଟ କରିଦେଇଛି । ତେବେ କାମ ଜାରି ରହିବ ବୋଲି ଭାରତ ରୋକଠକ କହିଦେଇଛି ।

Leave A Reply

Your email address will not be published.

19 − fifteen =