ମାଟ୍ରିକ ଖାତା ଦେଖି ସମୟ ପରିବର୍ତନ

କଟକ- ରାଜ୍ୟର ୬ ଜିଲ୍ଲାରେ ମାଟ୍ରିକ ଖାତା ଦେଖ। ସମୟ ପରିବର୍ତନ କରାଯାଇଛି । ସକାଳ ୭.୩୦ରୁ ୧୧ଟା ପର୍ଯ୍ୟନ୍ତ ମୂଲ୍ୟାଙ୍କନ ଓ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମାର୍କ ଏଂଟ୍ରି କରାଯିବ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ଏଭଳି ନିଷ୍ପତି ନେଇଛି । ୬ ଜିଲ୍ଲା ମଧ୍ୟରେ ବଲାଙ୍ଗିର, ନୂଆପଡା, ସମ୍ବଲପୁର,କେନ୍ଦୁଝର, କାଳାହାଣ୍ଡି ଓ ବରଗଡ ରହିଛି । ଅସହ୍ୟ ଖରା ସହ୍ୟ ନକରି ପାରି ସମୟ ପରିବର୍ତନ କରିବାକୁ ଶିକ୍ଷକ ସଂଘ ଦାବି କରିଥିଲେ ।

Leave A Reply

Your email address will not be published.

five × 1 =