ବଢୁଛି ପାରଦ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର- ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ୧୪ ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ସକାଳ ୮ରୁ ଘରୁ ବାହାରିବା ମୁସକିଲ ହୋଇପଡୁଛି । ସବୁଠୁ ଉତପ୍ତ ସହର ଅନୁଗୁଳରେ ତାପମାତ୍ରା ୪୩.୭ ଡିଗ୍ରୀରେ ପହଂଚିଛି । ଟିଟାଲଗଡ୪୩ ଡିଗ୍ରୀ, ବୌଦ୍ଧ ୪୨.୮ ଡିଗ୍ରୀ, ସମ୍ବଲପୁର ୪୨,୬ ଡିଗ୍ରୀ, ହୀରାକୁଦ, ବଲାଙ୍ଗିିର ଓ ତାଳଚେରରେ ୪୨.୫ ଡିଗ୍ରୀ, ସୋପନୁର ୪୨.୪ ଡିଗ୍ରୀ, ଝାରସୁଗୁଡା ୪୨,୨ ଡିଗ୍ରୀ, ଭବାନୀପାଟଣା ୪୨ ,ମାଲକାନାଗିରି ୪୧ ଡିଗ୍ରୀ, ଫୁଲବାଣୀ ୪୦.୪ ଡିଗ୍ରୀ, ପାରଳାଖେମୁଣ୍ଡି ଓ ସୁନ୍ଦରଗଡରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଜଧାନୀରେ ତାପମାତ୍ରା ୩୬.୩ ଡିଗ୍ରୀ ସେଲସିୟସ ରହିଛି ।

Leave A Reply

Your email address will not be published.

15 − 10 =