ଟିପିସିଓଡ଼ିଏଲ୍ ବିଜୁଳି ଦର ଧାର୍ଯ୍ୟ କରିବ ଓଇଆର୍ସି

ଭୁବନେଶ୍ୱର: ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରବୁ୍ୟସନ ଲିମିଟେଡ୍ (ସେସୁ ପୂର୍ବତନ ନାମ)ର ବିଜୁଳି ଟାରିଫ୍ ଓଡ଼ିଶା ବିଦୁ୍ୟତ୍ ନିୟାମକ ଆୟୋଗ (ଓଇଆର୍ସି) ହିଁଁ ଧାର୍ଯ୍ୟ କରିବ ।ବିନିମୟରେ ସେସୁର ୫୧% ଅଂଶଧନ କିଣିଛି । ଏହାପରେ ସେଂଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)ର ନୂଆ ନାମ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ୍ (ଟିପିସିଓଡିଏଲକୁ) ୨୦୨୫ ସୁଦ୍ଧା ଟାଟା ପାୱାର କମ୍ପାନି ଲିମିଟେଡ୍ (ଟିପିସିଲ୍) ଏହାର ଏଟିଆଣ୍ଡସି କ୍ଷତିକୁ ୨୦.୧୯% ହ୍ରାସ କରିବ । ଓଇଆର୍ସି ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଓଇଆର୍ସି ଏକ ବିବୃତିରେ କହିଛି, ଟାଟା ପାୱାର ୧୭୮.୫୦ କୋଟି ଟଙ୍କା ବିନିମୟରେ ସେସୁର ୫୧ ପ୍ରତିଶତ ଅଂଶଧନ କିନିଛି । ଏଥିରେ ଟିପିସିଏଲ ଓ ଗ୍ରୀଡ୍କୋର ଯଥାକ୍ରମେ ୫୧% ଓ ୪୯% ଅଂଶଧନ ରହିବ । ଟିଟିସିଏଲ୍ କାର୍ଯ୍ୟଦକ୍ଷତା ଗ୍ୟାରେଂଟି ଭାବେ ୧୫୦ କୋଟି ଟଙ୍କା ଜମା ରହିବ । ସେସୁର ବଜେୟା ଥିବା ୨୦୦ କୋଟି ଟଙ୍କାର ବିଲ୍କୁ ଟାଟା ପାୱାର ୨୦୨୫ ସୁଦ୍ଧା ଗ୍ରାହକଙ୍କ ନିକଟରୁ ଆଦାୟ କରିବ । ଏଥିପାଇଁ କମ୍ପାନିକୁ କିଛି ପ୍ରୋସôାହନ ଦିଆଯିବ । ଆଦାୟ ହୋଇଥିବା ଅର୍ଥକୁ ସେସୁର ପୁରୁଣା ବୋଝ ହ୍ରାସ ପାଇଁ ବ୍ୟବହାର କରାଯିବ । ପୁରୁଣା ନିଯୁକ୍ତି ସର୍ତ ଅନୁସାରେ ସେସୁ ନିକଟରେ ଥିବା ସମସ୍ତ କର୍ମଚାରୀ ଟିପିସିଓଡିଏଲ୍କୁ ହସ୍ତାନ୍ତର ହେବେ । ଏଥିରେ ଟିପିସିଓଡିଏଲ୍ର କୌଣସି ହସ୍ତକ୍ଷେପ ରହିବ ନାହିଁ । ସେହିପରି ପୁରୁଣା ତଥା ଅବସରପ୍ରାପ୍ତ କର୍ମଚାରୀଙ୍କ ସମସ୍ତ ବୋଝକୁ ମଧ୍ୟ ଟିଟିସିଓଠଡିଏଲ୍ ବହନ କରିବ ବୋଲି ଓଇଆର୍ସି ବିବୃତିରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

6 − four =