ଅଖରେ ଲାଗିଲା ଚକ

ପୁରୀ : ତିନି ରଥ ୨୧ ଅଖରେ ଲାଗିଲା ୪୨ଚକ। ମହାରଣା ସେବକଙ୍କ ଉପସ୍ଥିତିରେ ଭୋଇ ସେବକମାନେ ଅଖସହ ଚକ ସଂଯୋଗ କରିଛନ୍ତି। ମହାରଣାଙ୍କ ଦ୍ବାରା ଭୂଇଁଚଉତା କାମ ଆରମ୍ଭ ହୋଇଛି । ଖପୁରିଆ କରତକଳରୁ ଭୂଇଁକାଠ ଆସି ପହଞ୍ଚିଛି। ରଥ ଅମିନ ଏବଂ ଭୋଇଙ୍କ ମାଧ୍ୟମରେ ମହାରଣାଙ୍କୁ ଭୂଇଁଚଉତା କାଠ ଯୋଗାଯାଇଛି । ରବିବାରଠାରୁ ସେଥିରେ ସାଲ ଏବଂ ବିନ୍ଧ କରାଯିବ। ଭୂଇଁ କାଠଗୁଡ଼ିକୁ ଚାରିନାହାକା ଉପରେ ସଂଯୋଗ କରାଯିବ । ଚାରିନାହାକା ଚତୁଃପାର୍ଶ୍ବରେ ଚଉଦ ନାହାକା ଲଗାଯିବ। 

Leave A Reply

Your email address will not be published.

twenty − eight =