ଆଜିଠାରୁ ଗଡିଲା ୨୦୦ ଟ୍ରେନ

ଭୁବନେଶ୍ୱର- ସୋମବାର ଠାରୁ ଦେଶର ବିଭିନ୍ନ ଭାଗରେ ୨୦୦ ଯାତ୍ରୀ ବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଛି । ଓଡିଶାରୁ ୧୨ ଯୋଡା ଟ୍ରେନ ଯାତ୍ରା କରିଥିବା ବେଳେ ପ୍ରଥମେ ଜନଶତାଦ୍ଧୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଇଛି । ଗାଇଡଲାଇନ୍ସ ଅନୁଯାୟୀ ଯାତ୍ରୀ ମୁଖା ପିନ୍ଧିବା ସହ ସ୍କ୍ରିନିଂ ବାଧ୍ୟତା ମୂଳକ କରାଯାଇଛି । କରୋନା ଲକ୍ଷଣ ନଥିବା ଲୋକମାନେ ହିଁ ଯାତ୍ରା କରିପାରିବେ । ଯାତ୍ରୀ ମାନେ ଟ୍ରେନ ଛାଡିବାର ୯୦ ମିନିଟ ପୂର୍ବରୁ ଷ୍ଟେସନରେ ପଂହଚିବାକୁ ପଡିବ । ପ୍ରଥମ ଦିନ ସମଗ୍ର ଦେଶରେ ପ୍ରାୟ ଦେଢ ଲକ୍ଷ ପାଖାପାଖି ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳୀକୁ ଯାଇପାରିବେ । କେବଳ ଟିକେଟ କନଫର୍ମ ହୋଇଥିବା ଓ ଆରଏସି ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିବ ।

Leave A Reply

Your email address will not be published.

fourteen − four =