କେରଳ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ- ଆଗୁଆ କେରଳ ଛୁଇଁଲା ମୌସୁମୀ । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପ୍ରତି ବର୍ଷ ଜୁନ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ଥାଏ ।ସେହିପରି ସାରା ଦେଶରେ ଜୁନ ୧୫ ସୁଦ୍ଧା ମୌସୁମୀ ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଆଗୁଆ ପହଂଚିଛି । ଭାରତ ଏକ କୃଷି ପ୍ରଧାନ ହୋଇଥିବାରୁ ମୌସୁମୀ ବର୍ଷା ଆଗମନରେ କୃଷକଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଛି । ସୂଚନା ଯୋଗ୍ୟ ଯେ ଭାରତରେ ୭୦ ପ୍ରତିଶତ ମୌସୁମୀ ବର୍ଷା ହୋଇଥିବା ବେଳେ ଭଲ ଫସଲ ଉତ୍ପାଦନ ଓ ଦେଶର ଅର୍ଥନୀତି ଏହା ଉପରେ ନିର୍ଭର କରେ ।

Leave A Reply

Your email address will not be published.

19 − 1 =