ମୋହିନାଙ୍କୁ କରୋନା ପଜିଟିଭ୍!

ୟେ ରିସ୍ତା କ୍ୟା କେହଲତା ହୈ’ ଫେମ୍‌ ମୋହିନା କୁମାରୀ ସିଂ ଓ ତାଙ୍କ ପରିବାର କରୋନା ଆକ୍ରାନ୍ତ ହୋଇଛନ୍ତି। ମୋହିନାଙ୍କ ପରିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମୋହିନା ୨୦୧୯ରେ ବିବାହ କରିଥିଲେ। ପରେ ସେ ସିରିଏଲରୁ ବିଦାୟ ନେଇଥିଲେ।  ମୋହିନାଙ୍କ ପରିବାର ଉତ୍ତରାଖଣ୍ଡରେ ରହନ୍ତି।

ମୋହିନା ‘ୟେ ରିସ୍ତା କ୍ୟା କେହେଲାତା ହେ’ର କୀର୍ତ୍ତି ଗୋଏଙ୍କା ନାମରେ ଘରେ ଘରେ ପରିଚିତ। ସେ ମଧ୍ୟପ୍ରଦେଶସ୍ଥିତ ରିଓ୍ୱାର ରାଜକୁମାରୀ, ମହାରାଜା ପୁଷ୍ପରାଜ ସିଂ ଜୁଦେବ୍‌ଙ୍କ ଝିଅ।

ବିଭିନ୍ନ ରିଆଲିଟି ସୋ, ସିରିଆଲ୍ ଆଉ ‘ଏବିସିଡି’ଭଳି ବଲିଉଡ୍ ସିନେମାରେ ମୋହିନାଙ୍କୁ ଦେଖିବାକୁ ମିଳିଥିଲା। ‘ଡାନ୍ସ୍ ଇଣ୍ଡିଆ ଡାନ୍ସ୍’ର ସିଜନ୍-୩ ଜରିଆରେ ଟେଲିଭିଜନ୍ ପରଦାରେ ପ୍ରଥମ କରି ପାଦ ଦେଇଥିଲେ ।   

Leave A Reply

Your email address will not be published.

twenty + two =