ରୁଷ୍‌ ସ୍ଥିତି ସାଂଘାତିକ: ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା, ୨୪ ଘଣ୍ଟା‌ରେ ୭,୦୦୦ ନୂଆ ମାମଲା

ୟୁ‌ରୋପ୍‌ରେ ଦ୍ବିତୀୟ କ୍ଷତିଗ୍ରସ୍ତ ରାଷ୍ଟ୍ର ବ୍ରିଟେନ୍‌, ମୃତ୍ୟୁସଂଖ୍ୟା ୨୬ ହଜାର ଟପିଲା ଆମେରିକାରେ ୬୨ ହଜାର ମୃତ

ନୂଆଦିଲ୍ଲୀ: ଏବେ ରୁଷ୍‌ରେ କରୋନା ଭୂତାଣୁ ଉଗ୍ର ରୂପ ନେଉଛି। ମାତ୍ର ସପ୍ତାହକ ମଧ୍ୟରେ ସଂକ୍ରମଣ ଆଶାତୀତ ଭାବେ ବଢ଼ିଯିବାରୁ ରୁଷ୍‌‌ ସ୍ଥିତି ସାଂଘାତିକ ହୋଇଯାଇଛି। ରୁଷ୍‌ରେ ୨୪ ଘଣ୍ଟାରେ ୭ ହଜାରରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଛି ଏବଂ ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି। ରୁଷ୍‌ରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୦୭୩ ରେ ପହଞ୍ଚିଛି ଏବଂ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୬ ହଜାର ୪୯୮ରେ ପହଞ୍ଚିଛି। ଇରାନ୍‌ ଏବଂ ଚୀନ୍‌କୁ ଟପିଯାଇଛି ରୁଷ୍‌। ରୁଷ୍‌ ପ୍ରଧାନମନ୍ତ୍ରୀ ମିଖାଇଲ୍‌ ମିସୁଷ୍ଟିନ୍‌ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ପ୍ରତିଦିନ ମାମଲା ବଢ଼ୁଥିବାରୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଚଳିତ ସପ୍ତାହରେ ଏକ ଚେତାବନୀ ଦେଇ କହିଥି‌ଲେ ଯେ, ରୁଷ୍‌ ସଫଳତାର ସହ ଭାଇରସ୍‌କୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ଆଗକୁ ପରିସ୍ଥିତି ଆହୁରି ଅଧିକ ଜଟିଳ ହୋଇଯିବ। ରୁଷ୍‌ରେ ଡାକ୍ତରମାନେ ପିପିଇ କିଟ୍‌ ଅଭାବ ନେଇ ଅଭିଯୋଗ କରିଛନ୍ତି। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୫୦୨ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ମୋଟ୍‌ ମୃତ୍ୟୁସଂଖ୍ୟା ୬୨ ହଜାରରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୫ ହଜାର ରହିଛି। ସେପଟେ ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ରାଧିକ ବଢ଼ୁଥିବାରୁ ଜର୍ମାନୀ ଅଧିକରୁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ବ ଦେଇଛି। ଜର୍ମାନୀ ଏବେ ପ୍ରତି ସପ୍ତାହରେ ୮ ଲକ୍ଷ ୬୦ ହଜାର ଟେଷ୍ଟ୍‌ କରିବପାଇଁ ସକ୍ଷମ। ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୧ ହଜାର ୫୩୯ରେ ପହଞ୍ଚିଥିବ‌ାବେଳେ ମୃତ୍ୟୁସଂଖ୍ୟା ୬ ହଜାର ୪୬୭ ରହିଛି। ୟୁରୋପ୍‌ରେ ଏବେ ବ୍ରିଟେନ୍‌ ଅଧିକ ପ୍ରଭାବିତ ହୋଇଛି। ବ୍ରିଟେନ୍‌ରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬ ହଜାର ଟପିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହକାର ୨୨୧ ରହିଛି। ଅନ୍ୟପକ୍ଷେ ୟୁରୋପ୍‌ରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରାଷ୍ଟ୍ର ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୨୭ ହଜାର ୬୮୨‌ରେ ପହଞ୍ଚିଛି ଏବଂ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩ ହଜାର ୫୯୧ ରହିଛି। ସ୍ପେନ୍‌ରେ କରୋନା ଯୋଗୁଁ ୨୪ ହଜାର ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୨୪ ହଜାର ୮୭‌ରେ ପହଞ୍ଚିଛି। ଅନ୍ୟପକ୍ଷେ ଦକ୍ଷିଣ କୋରିଆରେ ୭୨ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ବି ନୂଆ ମାମଲା ନାହିଁ। ୟୁରୋପ୍‌ରେ ଏବେ ବ୍ରିଟେନ୍‌ ଅଧିକ ପ୍ରଭାବିତ ହୋଇଛି। ବ୍ରିଟେନ୍‌ରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬ ହଜାର ଟପିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହକାର ୨୨୧ ରହିଛି। ଅନ୍ୟପକ୍ଷେ ୟୁରୋପ୍‌ରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରାଷ୍ଟ୍ର ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୨୭ ହଜାର ୬୮୨‌ରେ ପହଞ୍ଚିଛି ଏବଂ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩ ହଜାର ୫୯୧ ରହିଛି। ସ୍ପେନ୍‌ରେ କରୋନା ଯୋଗୁଁ ୨୪ ହଜାର ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୨୪ ହଜାର ୮୭‌ରେ ପହଞ୍ଚିଛି। ଅନ୍ୟପକ୍ଷେ ଦକ୍ଷିଣ କୋରିଆରେ ୭୨ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ବି ନୂଆ ମାମଲା ନାହିଁ।

Leave A Reply

Your email address will not be published.

7 − 7 =