‘ବନେ୍ଦ ଭାରତ ମିଶନ’ ସ୍ୱଦେଶ ଫେରିବେ ୧୫ ହଜାର ଭାରତୀୟ

ନୂଆଦିଲ୍ଲୀ :ବିଦେଶରୁ ପ୍ରବାସୀଙ୍କୁ ଫେରାଇ ଆଣିବାକୁ ଭାରତ କରିଛି ବିଶ୍ୱର ସବୁଠୁ ବଡ଼ ଘର ବାହୁଡ଼ା ଅଭିଯାନ । କରୋନା ପାଇଁ ୧୨ଦେଶରେ ଫଶି ରହିଥିବା୧୫ ହଜାର ପ୍ରବାସୀ ଭାରତୀୟଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ବନେ୍ଦ ଭାରତ ମିଶନ’ ଓ ‘ସେତୁ ସମୁଦ୍ର’ ଅଭିଯାନ ରେ ଆରମ୍ଭ ହୋଇଛି । ‘ବନେ୍ଦ ଭାରତ ମସିଶନ’ ରେ ବିମାନ ଓ ‘ସେତୁ ସମୁଦ୍ର’ ମିଶନରେ ଜାହାଜ ମାଧ୍ୟମରେ ପ୍ରବାସୀଙ୍କୁ ଫେରାଇ ଅଣାଯିବ । ଏୟାର ଇଣ୍ଡିଆ ୧୨ଟି ଦେଶରୁ ପ୍ରାୟ ୧୫ ହଜାର ପ୍ରବାସୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଆଣିବ । ଏଥିପାଇଁ ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ୬୪ଟି ବିମାନ ଉଡ଼ାଣ କରିବ । ଏହି ସର୍ବବୃହତ ଅଭିଯାନ ପାଇଁ ବିଦେଶ ମନ୍ତ୍ରଣାଳୟ ବୁଧବାର ଅନେକ ବୈଠକର ଆୟୋଜନ କରିଛି ।ସେତୁ ସମୁଦ୍ର ରେ ମାଳଦ୍ୱୀପରେ ଫଶିଥିବା ୧ ହଜାରରୁ ଉଦ୍ଧ୍ୱର୍ ପ୍ରବାସୀ ମାନଙ୍କୁ ଜାହାଜ ମାଧ୍ୟମରେ ଫେରାଇଅଣାଯିବା । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିମାନ ବନ୍ଦର ଓ ବନ୍ଦର ରେ ବ୍ୟାପକ ପ୍ରସ୍ତୁତି କରିଛନ୍ତି ।

Leave A Reply

Your email address will not be published.

four × two =