ଜୀବନ ସହ ଜୀବିକାକୁ ସୁରକ୍ଷିତ ରଖିବାକୁ ପରାମର୍ଶ

ଯାଜପୁର: ଅଦୃଶ୍ୟ ଶକ୍ତି କରୋନା ସହ ମଣିଷ ଜାତିର ଲଢେଇ ଜାରି ରହିଚ୍ଥି । ସରକାର ଓ ବିଶେଷଜ୍ଞ ମାନଙ୍କ ମତରେ ଏ ସଂଘର୍ଷ ଦୀର୍ଘଦିନ ଧରି ଚାଲିପାରେ । ସେଥିରେ ଜୀବନ ଓ ଜୀବିକା ଉଭୟ ପ୍ରଭାବିତ ହେଊଚ୍ଥନ୍ତି । ତେବେ ଜୀବନ ରକ୍ଷା ପାଇଁ ବିବିଧ ଚିକିସôା ପ୍ରଣାଳୀ ଦ୍ୱାରା ଜନସାଧାରଣକୁ ସେବା ଯୋଗାଉଥିବା ସରକାର ଜୀବିକା ପାଇଁ ବର୍ତମାନ ଅଧିକ କ୍ରିୟାଶୀଳ ହୋଇଚ୍ଥନ୍ତି । ସମସ୍ତ ଜିଲ୍ଳା ବର୍ତମାନ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଲୋକ ମାନଙ୍କୁ କାମ ଯୋଗାଇଦେବା ପାଇଁ ସରକାର ନିଦେ୍ର୍ଧଶ ଦେଇଚ୍ଥନ୍ତି । ସେହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଳ୍ାରେ ନରେଗାର କାର୍ଯ୍ୟକୁ ପରିବ୍ୟାପ୍ତ କରାଯାଇଚ୍ଥି ବୋଲି ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଚ୍ଥନ୍ତି । ବର୍ତମାନ କାର୍ଯ୍ୟ ଦୃତ ଗତିରେ ଚାଲିବା କଥା କିନ୍ତୁ କରୋନା ପାଇଁ ମାର୍ଚ୍ଚ ମାସରେ କାମ ହୋଇପାରି ନଥିଲା । ତେବେ ସରକାର ଓ ଜିଲ୍ଳ୍ା ପ୍ରଶାସନର ନିଦେ୍ର୍ଧଶ କ୍ରମେ ଅପ୍ରେଲ ମାସ ୧ ତାରିଖ ଠାରୁ କାର୍ଯ୍ୟ ଆରମ୍ଭ ହୋଇଚ୍ଥି ବୋଲି ଶ୍ରୀ ନାୟକ କହିଚ୍ଥନ୍ତି । ଜିଲ୍ଳ୍ାପାଳ ରଂଜନ କୁମାର ଦାସଙ୍କ କହିବା ଅନୁସାରେ କରୋନା ସମଗ୍ର ବିଶ୍ୱର ଅର୍ଥନୀତିକୁ ନଷ୍ଟ କରିଦେଇଥିବା ବେଳେ ଏହାକୁ ପୁନର୍ଜୀବିତ କରିବା ସହ ସାଧାରଣ ଜନତାଙ୍କୁ ଆର୍ଥିକ ସହଯୋଗ କାର୍ଯ୍ୟ ମାଧ୍ୟମରେ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଚ୍ଥି । ଆମ ଜିଲ୍ଳ୍ାର ନରେଗାର କାର୍ଯ୍ୟ ସହ ଜିଲ୍ଳ୍ା ଖଣିଜ ପାଣ୍ଠି ବା ଡି.ଏମ୍.ଏପଂ୍. ଋୁ ମଧ୍ୟ ସଂଖ୍ୟାଧିକ ପ୍ରକଳ୍ପକୁ ମଞ୍ଜୁର କରାଯାଇଅଚ୍ଥି । ଯାହା ପଂଳରେ ଲୋକ ମାନଙ୍କୁ ଆର୍ଥିକ ସୁବିଧା ମିଳିପାରିବ । ଏହାର ସହଯୋଗ ନେବାକୁ ସେ ଅନୁରୋଧ କରିଚ୍ଥନ୍ତି । ତେବେ ସରକାରଙ୍କ ନିୟମ ଅନୁସାରେ କାର୍ଯ୍ୟ କ୍ଷେତ୍ରରେ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଅଚ୍ଥି । ସରକାରଙ୍କ ଠାରୁ ମିଳୁଥିବା ନିୟମାବଳୀକୁ କଡାକଡି ପାଳନ କରାଯାଇ କାର୍ଯ୍ୟ ତ୍ୱରାନ୍ୱିତ ହୋଇଚ୍ଥି ବୋଲି ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ନାୟକ କହିଚ୍ଥନ୍ତି । ବର୍ତମାନ ସୁଦ୍ଧା ୭୨୬୨୦ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ୨୮୬.୯୨ ଲକ୍ଷ ଟଙ୍କା ବିନିଯୋଗ ହୋଇଚ୍ଥି । ଚଳିତ ମାସ ୭ ତାରିଖ ସୁଦ୍ଧା ବଡଚଣା ୨୦୨୩, ବରୀରେ ୭୧୩୨, ବିଂଝାରପୁରରେ ୫୪୦୩, ଦାନଗଦୀରେ ୩୪୧୧, ଦଶରଥପୁରରେ ୨୮୭୩୫, ଧର୍ମଶାଳାରେ ୫୪୯୪, ଯାଜପୁରରେ ୫୭୦୪, କୋରାଇରେ ୬୮୮୬, ରସୁଲପୁରରେ ୧୦୪୦ ଓ ସୁକିନ୍ଦା ବ୍ଳ୍କରେ ୬୭୯୨ ଶ୍ରମ ଦିବସ ସୃଷ୍ଟି କରାଯାଇପାରିଚ୍ଥି ବୋଲି ନରେଗାର ସଂଯୋଜକ ଚିନ୍ମୟ ସିଂ ସୂଚନା ଦେଇଚ୍ଥନ୍ତି । ଆଗ୍ରହି ବ୍ୟକ୍ତି ମାନେ କାର୍ଯ୍ୟ କରିବାକୁ ଚାହିଲେ ତୁରନ୍ତ ସଂପୃକ୍ତ ବି.ଡି.ଓ., ସରପଂଚ ମାନଙ୍କ ସହ ଯୋଗାଯୋଗ କରିବାକୁ ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ନାୟକ ଅନୁରୋଧ କରିଚ୍ଥନ୍ତି ।

Leave A Reply

Your email address will not be published.

2 × two =