ଦିନକରେ ୪୨୧୩ ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୨୨୦୬ । ୪୪,୦୨୯ ଚିକିତ୍ସାଧୀନ । ମହାରାଷ୍ଟ୍ରରେ ସର୍ବାଧିକ । ୩୧.୧୫% ସୁସ୍ଥ ହେଲେଣି ।

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ପ୍ରଥମଥର ପାଇଁ ଦେଶରେ ଗୋଟିଏ ଦିନରେ ୪ ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ୪୨୧୩ ଜଣ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।ସେହିପରି ମୃତୁ୍ୟ ସଂଖ୍ୟା ୨୨୦୬ରେ ପହଂଚିଯାଇଛି । ଅର୍ଥାତ ଗୋଟିଏ ଦିନରେ କରୋନା ଦେଶରେ ୯୭ ଜଣଙ୍କ ମୁଣ୍ଡ ନେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ, ଗୋଟିଏ ଦିନରେ ୪ ହଜାରରୁ ଅଧିକ କରୋନା ମାମଲା ରେକର୍ଡ ହେବା ପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୫୧ରେ ପହଂଚି ଯାଇଛି । ଏମାନଙ୍କ ମଧ୍ୟରୁ ୨୨୦୬ ଜଣ ପ୍ରାଣ ହରାଇଥିବା ବେଳେ ୪୪,୦୨୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।୨୪ ଘଂଟାରେ ୧୫୫୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୨୦,୯୧୭ରେ ପହଂଚି ଯାଇଛି ।କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଗତ ୨୪ ଘଂଟାରେ ଏଠାରେ ୧୨୭୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨,୧୭୧ ଓ ମୃତୁ୍ୟ ସଂଖ୍ୟା ୮୩୨ରେ ପହଂଚି ଯାଇଛି । ମହାରାଷ୍ଟ୍ରରେ ଏଯାଏ ୪,୧୯୯ ଜଣ ସୁସ୍ଥ ହୋଇଛନ୍ତି ।ଗୁଜରାଟ କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ୮,୧୯୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୯୩ ଜଣ ପ୍ରାଣ ହରାଇଛନ୍ତି । ତୃତୀୟ ସ୍ଥାନରେ ପୂର୍ବରୁ ଦିଲ୍ଲୀ ଥିବାବେଳେ ଏବେ ତାମିଲନାଡ଼ୁ ଏହାକୁ ଅତିକ୍ରମ କରିଯାଇଛି ।ତାମିଲନାଡ଼ୁରେ ୭୨୦୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦିଲ୍ଲୀରେ ୬୯୨୩ ଜଣ ସଂକ୍ରମଣ ହୋଇଛନ୍ତି । ଏହି ଦୁଇ ରାଜ୍ୟରେ ମୃତୁ୍ୟ ସଂଖ୍ୟା ଯଥାକ୍ରମେ ୪୭ ଓ ୭୩ ରହିଛି ।ଏହା ବାଦ୍ ପଶ୍ଚିମବଙ୍ଗରେ ୧୮୫, ଉତରପ୍ରଦେଶ ୭୪, ତ୍ରିପୁରା ୧, ତେଲେଙ୍ଗାନା ୩୦, ରାଜସ୍ଥାନ ୧୦୭, ପଞ୍ଜାବ ୩୧, ଓଡ଼ିଶା ୩, ମେଘାଳୟ ୧, ମଧ୍ୟପ୍ରଦେଶ ୨୧୫, କେରଳ ୪, କର୍ଣ୍ଣାଟକ ୩୧, ଝାରଖଣ୍ଡ ୩, ଜମ୍ମୁ-କାଶ୍ମୀର ୯, ହରିୟାଣା ୧୦ ଓ ଆନ୍ଧ୍ରପ୍ରଦେଶ ୪୫ ଜଣ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.

four × 3 =