ବିପଦକୁ ଖାତିର ନକରି ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ନୂଆପଡ଼ା: କୋରୋନା ପାଇଁ ସାରା ଦେଶରେ ଜାରି ରହିଛି ଲକ୍ଡ଼ାଉନ୍ । ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଫେରାଇ ଆଣୁଛନ୍ତି । ସଂକ୍ରମଣ କୁ ରୋକିବା ପାଇଁ ସେମାନଙ୍କ ପାଇଁ କ୍ୱାରେନ୍ଟାଇନ୍ ସେନ୍ଟର୍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ପ୍ରବାସୀ ମାନଙ୍କୁ ଫେରାଇ ଆଣିବା ନେଇ ନିୟମ ଲାଗୁ ହେବା ପରେ ସୋମବାର ରାତ୍ରିରେ ମହାରାଷ୍ଟ୍ରର ନାଗପୁରରେ କାମ କରୁଥିବା ଶତାଧିକ ଶ୍ରମିକ ଚାଲି ିଚାଲି ଆସୁଥିବା ବେଳେ ପରେ ୨ଟି ଟ୍ରକ୍ରେ ଅସୁରକ୍ଷିତ ଅବସ୍ଥାରେ ଗାଁ କୁ ଫେରିଛନ୍ତି । ସେମାନେ ନୂଆପଡ଼ା ,ବଲାଙ୍ଗୀର ର ଖପ୍ରାଖୋଲ ,ବଙ୍ଗୋମୁଣ୍ଡା ଭଳି ବିଭିନ୍ନ ବ୍ଲକ୍ କୁ ଯିବେ ବୋଲି ଜଣା ପଡ଼ିଥିଲା । ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ଜିଲ୍ଲାରେ ପ୍ରବେଶ କରୁଥିବା ଏହି ପ୍ରବାସୀ ନୂଆପଡ଼ା ପାଇଁ ବିପଦ ବୋଲି କୁହାଯାଉଛି ।

Leave A Reply

Your email address will not be published.

thirteen − one =