ଭାରତର ଏହି ନଦୀରେ ଦୃଶ୍ୟମାନ ହୁଏ ହଜାର ହଜାର ଶିବଲିଙ୍ଗ

ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏହି ସ୍ଥାନ ରହସ୍ୟଠାରୁ କମ୍ ନୁହେଁ, କାରଣ ଏଠାରେ ଅନେକ ଶିବଲିଙ୍ଗର ଦର୍ଶନ ମିଳେ। ଏହି ପବିତ୍ର ସ୍ଥାନକୁ ସହସ୍ତ୍ରଲିଙ୍ଗା କୁହାଯାଏ, ଯାହା କର୍ଣ୍ଣାଟକର ସିରସିଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ଥିବା ଶଲମାଲା ନଦୀ କୂଳରେ ଏକ ହଜାରରୁ ଅଧିକ ପ୍ରାଚୀନ ଶିବଲିଙ୍ଗ ଦେଖାଯାଏ ଏବଂ ଏହା ସହିତ ପଥରରେ ଖୋଦିତ ନନ୍ଦୀ ଷଣ୍ଢର ପ୍ରତିମୂର୍ତ୍ତି ଦେଖିବାକୁ ମିଳେ। କୁହାଯାଏ ଯେ ନଦୀ କୂଳରେ ଥିବା ଏହି ଶିବଲିଙ୍ଗ ଏବଂ ପ୍ରତିମୂର୍ତ୍ତିକୁ ବିଜୟନଗର ସାମ୍ରାଜ୍ୟର ରାଜା ସାଦାଶିବରାୟ ବର୍ମା ୧୬୭୮ ରୁ ୧୭୧୮ ମଧ୍ୟରେ ନିର୍ମାଣ କରିଥିଲେ। ପ୍ରତିବର୍ଷ ମହାଶିବରାତ୍ରୀରେ ଏଠାରେ ଏକ ମେଳା ଆୟୋଜିତ ହୋଇଥାଏ, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥାନ୍ତି। ଯଦିଓ ଏଠାରେ ଉପସ୍ଥିତ ଥିବା ଶିବଲିଙ୍ଗ ଏବଂ ପଥର ଗଠନ ବର୍ଷା ଋତୁରେ ନଦୀ ଜଳରେ ବୁଡ଼ି ରହିଥାଏ, କିନ୍ତୁ ଜଳ ସ୍ତର ହ୍ରାସ ପାଇବା ପରେ ହଠାତ୍ ହଜାର ହଜାର ଶିବଲିଙ୍ଗ ଦେଖାଯାଏ। ଏହି ଦୃଶ୍ୟ ବାସ୍ତବରେ ଆଶ୍ଚର୍ୟ୍ୟଜନକ।

Leave A Reply

Your email address will not be published.

five × four =