ଆଜି ବିଶ୍ୱ ନର୍ସ ଦିବସ

 ଆଜି ମେ ୧୨ ତାରିଖ ଅନ୍ତର୍ଜାତୀୟ ସେବିକା ଦିବସ ପାଳନ କରାଯାଉଥିବାବେଳେ କରୋନା ବିରୋଧରେ ନର୍ସମାନଙ୍କର ଲଢ଼େଇ ଅତୁଳନୀୟ ଏବଂ ସମଗ୍ର ବିଶ୍ଵପାଇଁ ପ୍ରେରଣାଦାୟୀ ପାଲଟିଛି। କରୋନା ଭୂତାଣୁ ବିଶ୍ଵରେ ମହାମାରୀ ରୂପ ନେଇଛି। ଏହି ଭୂତାଣୁ ବିରୋଧରେ ସାରା ବିଶ୍ଵ ଲଢ଼େଇ ଜାରି ରଖିଛି। ତେବେ ଏହି ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀ, ​‌ଯେଉଁମାନେ ପ୍ରତି ମୁହୂର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ନିଷ୍ଠାପର ଭାବେ ନିଜର ଦାୟିତ୍ଵ ନିର୍ବାହ କରି ସେବା ଯୋଗାଇ ଆସୁଛନ୍ତି।  ରୁଖସାର ନାମ୍ନୀ ଜଣେ ନର୍ସ କୁହନ୍ତି, ରୋଗୀଙ୍କ ସେବା କରିବା ଆମର ପ୍ରଥମ ଧର୍ମ। ମୁଁ ରମଜାନ ସମୟରେ ରୋଜା ରଖିଥାଏ। ଡ୍ୟୁଟି ସହିତ ରୋଜା ରଖିବା କଷ୍ଟକର କାର୍ଯ୍ୟ। କିନ୍ତୁ ଉପରବାଲା ସବୁ ସାହସ ଦେଉଛି। କୋଭିଡ ୱାର୍ଡରେ ମୋର ଡ୍ୟୁଟି ରହିଛି। ଏଥିପାଇଁ ମୁଁ ମୋ ନିଜ ଘରକୁ ବି ଯାଇପାରେ ନାହିଁ। ଘର ଲୋକଙ୍କ ଆଶୀର୍ବାଦରୁ ମୁଁ ମୋ କର୍ତ୍ତବ୍ୟ ଠିକ୍‌ ଭାବେ କରିଆସୁଛି। ସଙ୍କଟ ସମୟରେ ସମସ୍ତଙ୍କୁ ନିଜ ନିଜ ଦାୟିତ୍ଵ ତୁଲାଇବା ଉଚିତ।

Leave A Reply

Your email address will not be published.

17 − fifteen =