ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଭରସା’ର ଶୁଭାରମ୍ଭ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀର ସଙ୍କଟପୂର୍ଣ୍ଣ ସମୟରେ ଚାପରେ ରହିଥିବା ଛାତ୍ର ସମୁଦାୟକୁ ମାନସିକ ଆଶ୍ୱସ୍ତି ପ୍ରଦାନ କରିବା ଦିଗରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଅଭିନବ ସେବା ‘ଭରସା’ର ଶୁଭାରମ୍ଭ କରାଯାଇଛି । ଏହା ଏକ ଜ୍ଞାନଗତ ମାନସିକ ପରାମର୍ଶ ସେବା ଯାହାକି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଥର ଲାଗି ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀ ୮୦୪୬୮୦୧୦୧୦ ହେଲ୍ପଲାଇନ ନମ୍ବରକୁ ଫୋନ କରି ‘ଭରସା’ ସେବାର ଲାଭ ଉଠାଇପାରିବେ । ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ ‘ନିଶଙ୍କ’ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସେବାକୁ ବିଧିବଦ୍ଧ ଭାବେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଶ୍ରୀ ଅମିତ ଖାରେ, ରାଜ୍ୟ ଉଚ୍ଚ ଶିକ୍ଷା ସଚିବ ତଥା କମିଶନର ଶାଶ୍ୱତ ମିଶ୍ର, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଉଚ୍ଚ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଚନ୍ଦ୍ରଶେଖର କୁମାର ପ୍ରମୁଖ ଏହି ଅବସରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ ରାମବ୍ରହ୍ମମ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
ଏହି ଅବସରରେ ଶ୍ରୀ ପୋଖରିୟାଲ କହିଥିଲେ ଯେ କୋଭିଡ-୧୯ ମହାମାରୀ ବ୍ୟାପିବା କାରଣରୁ ଦେଶ ବର୍ତମାନ ଏକ ସଙ୍କଟପୂର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମହାମାରୀ ନିୟନ୍ତ୍ରଣ ଲାଗି ଭାରତ ସରକାରଙ୍କ ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ନିମନ୍ତେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଥିଲେ । ନୂଆ ଶିକ୍ଷାବର୍ଷ ଏବଂ ଇଂଟରନେଟ ମାଧ୍ୟମରେ ଶିକ୍ଷାଦାନ ଦିଗରେ ପଦକ୍ଷେପ ନିଆଯିବା ଉପରେ ସେ ଜୋର ଦେଇଥିଲେ ।
କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବା ବେଶ ଗୁରୁତ୍ୱପୂର୍ଣ୍ଣ ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପଦକ୍ଷେପ ସେ ଦିଗରେ ଏକ ବିଶେଷ ଭାବେ ଯୋଗଦାନ ଦେଇପାରିବ । ସେ ବିଧିବଦ୍ଧ ଭାବେ ଏହି ହେଲ୍ପଲାଇନର ଶୁଭାରମ୍ଭ କରିବା ସହିତ ଏହା ଛାତ୍ରଛାତ୍ରୀ, ଅଭିଭାବକ ଓ ଅନ୍ୟମାନଙ୍କ ପାଇଁ ବିଶେଷ ଲାଭପ୍ରଦ ହେବ ବୋଲି କହିଥିଲେ । ଏହି ଅବସରରେ ଉପସ୍ଥିତ କୁଳପତି, ବିଭିନ୍ନ ସଂସ୍ଥାନର ମୁଖ୍ୟ, ରେଜିଷ୍ଟ୍ରାର ଏବଂ ବିଭିନ୍ନ ଶିକ୍ଷାନୁÂାନର ଅଧ୍ୟାପକମାନଙ୍କୁ ସେ ଶୁଭକାମନା ଜଣାଇଥିଲେ । ଭରସା ଭଳି ପ୍ରୟାସର ଅନୁକରଣ କରିବା ଲାଗି ସେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଉଚ୍ଚଶିକ୍ଷାନୁÂାନଗୁଡ଼ିକୁ ପରାମର୍ଶ ଦେଇଥିଲେ ।
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରେ‘ସର ଆଇ ରାମବ୍ରହ୍ମମ ‘ଭରସା’ ହେଲ୍ପଲାଇନର ବିଭିନ୍ନ ବୈଶିଷ୍ଟ୍ୟ ବିଷୟରେ ଉଲ୍ଲେଖ କରିଥିଲେ । ଏହା କୋଭିଡ-୧୯ ମହାମାରୀ ସମୟରେ ଚାପରେ ଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ଦୂର କରିବା ଲାଗି ମାନସିକ ପରାମର୍ଶ ଯୋଗାଇ ଦେବ । ସେ କହିଥିଲେ ଯେ ଓଡ଼ିଶାର ଯେକୌଣସି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ସେବାର ସୁବିଧା ନେଇପାରିବେ । ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବା ସମୟରେ ଏହି ହେଲ୍ପଲାଇନକୁ ୪୦୦ରୁ ଊଦ୍ଧ୍ୱର୍ ଫୋନ କଲ୍ ଆସିଥିବା ସେ ସୂଚନା ଦେଇଥିଲେ । ଭରସା ପ୍ରୟାସର ଶୁଭାରମ୍ଭ କରାଯିବାରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ମିଶ୍ରଙ୍କର ବିଶେଷ ଯୋଗଦାନ ରହିଛି ।ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏପରି ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଆଶା ବ୍ୟକ୍ତ କରିଥିଲେ ଯେ କରୋନା ମହାମାରୀ ସମୟରେ ମାନସିକ ଚାପରେ ଥିବା ଛାତ୍ରଛାତ୍ରୀଙ୍କୁ ଏହା ବିଶେଷ ଭାବେ ସହାୟକ ହୋଇପାରିବ ।ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ସଂଘ ଭରସା ହେଲ୍ପଲାଇନର ସହଯୋଗୀ ଭାବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହିତ କାର୍ଯ୍ୟ କରିବ । ଏହି ଅବସରରେ ସଂଘର ସଭାପତି ଡ.ମୀନା ହରିହରନ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।ଏହି ଅବସରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ବରିÂ ପଦାଧିକାରୀ, ଅଧ୍ୟାପକ, ଗବେଷକ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seventeen + twenty =