କୋରୋନା : ପରିବେଶ ପାଇଁ ବରଦାନ

ଭୁବନେଶ୍ୱର: ମହାମାରୀ କୋରନା ମାନବ ସମାଜ ପାଇଁ କାଳ ସାଜିଥିବା ବେଳେ ପରିବେଶ ପ୍ରଦୁଶଣ ରୋକିବାରେ ଏହା ରାମ ବାଣ ଭଳି କାମକରୁଛି । କରୋନା ର କାୟା ରୋକିବା ନେଇ ରାଜ୍ୟ ସରକାର ଚିନ୍ତିତ ଥିବାବେଳେ ପରିବେଶର ଉତ୍ତମ ସ୍ଥିତି ପାଇଁ ପ୍ରଦୁଷଣ ବୋଡର଼୍ ଆସ୍ୱସ୍ତ ଥିବା ଜଣାଯାଇଛି ।  ମାର୍ଚ୍ଚ ୨୨ରେ ଲକଡାଉନ ଲାଗୁ ହେବାର ପୂର୍ବଦିନ ଭୁବନେଶ୍ବରରେ ବାୟୁମଣ୍ଡଳୀୟ ପ୍ରଦୂଷଣ ମାତ୍ରା ୧୦୨ ପିଏମ-୧୦ ରେକର୍ଡ କରାଯାଇଥିବାବେଳେ ଏବେ ଏହି ପରିମାଣ ୪୫ପିଏମ-୧୦ ଭିତରେ ରହିଛି। ସେହିପରି ପ୍ରମୁଖ ସହର ମଧ୍ୟରେ ବ୍ରହ୍ମପୁରରେ ୪୮ ପିଏମ୍-୧୦ରୁ ଖସି ୩୩ରେ ରହିଥିବାବେଳେ ପୁରୀରେ ୮୭ରୁ ଖସି ୩୬ରେ, କୋଣାର୍କରେ ୬୯ରୁ ଖସି ୩୪ ଏବଂ ସମ୍ବଲପୁରରେ ୧୦୯ରୁ ଖସି ମାତ୍ର ୫୦ ପିଏମ୍-୧୦ରେ ରହିଛି। ଏହି ପ୍ରମୁଖ ସହର ଗୁଡିକରେ ପ୍ରଦୂଷଣସ୍ତର ୫୦ ଭିତରେ ରହିଛି। ଯାହାକି ଦୀର୍ଘବର୍ଷର ରେକର୍ଡ ଭାଙ୍ଗିଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଖଣିଜ ଜିଲା ଝାରସୁଗୁଡାରେ ୧୧୦ ପିଏମ୍-୧୦ରୁ ଖସି ୬୫ରେ ରହିଥିବାବେଳେ କଳିଙ୍ଗନଗରରେ ୧୨୨ରୁ ଖସି ୮୧, କେନ୍ଦୁଝରରେ ୧୦୦ରୁ ୫୩, ରାଉରକେଲାରେ ୧୦୭ରୁ ଖସି ୫୧ ଏବଂ ରାଜଗାଙ୍ଗପୁରରେ ୮୫ରୁ ଖସି ୬୨ ପିଏମ୍-୧୦ ମଧ୍ୟରେ ରହିଛି। ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର, ପୁରୀ ଓ କୋଣାର୍କ ବାୟୁମଣ୍ଡଳରେ ସଲଫର ଡାଇଅକ୍ସାଇଡ ଏବଂ ନାଇଟ୍ରୋଜେନ ଡାଇଅକ୍ସାଇଡ ପରିମାଣ କମ୍ ରହିଛି, ଯାହାଫଳରେ ବାୟୁସ୍ତର ନିର୍ମଳ ରହିଛି। ଲକଡାଉନ ସମୟରେ ଲକ୍ଷାଧିକ ସଂଖ୍ୟାର ଯାନବାହନ ଚଳାଚଳ ଓ ଧୂଆଁ ନିର୍ଗତକାରୀ କଳକାରଖାନା ବନ୍ଦ ରହିବା ଯୋଗୁଁ ବାୟୁମଣ୍ଡଳରେ ଘୋଟି ଯାଇଥିବା କଳାବାଦଲ ଉପରୁ ଆସ୍ତରଣ ହଟିଛି। ଆଜିର ଏହି ପରିସ୍ଥିତି ମାନବ ଜାତି ପାଇଁ ଆହ୍ବାନ ପାଲଟିଥିଲେ ହେଁ ଜୀବଜଗତ ପାଇଁ ବରଦାନ ସାଜିଛି ବୋଲି ପରିବେଶବିତମାନେ ମତ ପ୍ରକାଶ କରୁଛନ୍ତି।

Leave A Reply

Your email address will not be published.

17 − five =