ନୂଆଦିଲ୍ଲୀ:କୋରୋନା ମୁକାବିଲା ପାଇଁ ପିଏମ୍ କେୟାରସ୍ ଫଣ୍ଡ୍ ଟ୍ରଷ୍ଟ୍ ପକ୍ଷରୁ ୩୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ । ଡ଼କ୍ତରଖାନାରେ ସ୍ୱଦେଶୀ ଭେନ୍ଟିଲେଟର ପାଇଁ ୨ହଜାର କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ପ୍ରବାସୀ ଶ୍ରମିକ ମାନଙ୍କ ସହାୟତା ପାଇଁ ୧ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । କରୋନା ଟିକା ପ୍ରସ୍ତୁତି କାର୍ଯ୍ୟକ୍ରମ ପାଇଁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ‘ମେକ୍ ଇନ୍ ଇଣ୍ଡିଆ’ ଭେଣ୍ଟିଲେଟର ପ୍ରସ୍ତୁତି ଓ ପ୍ରତି ରାଜ୍ୟରେ କରୋନା ହସ୍ପିଟାଲ ନିର୍ମାଣ ପାଇଁ ୫୦ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିବା କୁହାଯାଇଛି। ମାର୍ଚ୍ଚ ୨୭ରେ ପ୍ରଧାନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପାଣ୍ଠି କରୋନା ପାଇଁ ଅଭିପ୍ରେତ ବୋଲି ସରକାରୀ ଭାବେ କୁହାଯାଇଥିଲା ।