ଛତିଶଗଡ ପେପର ମିଲରୁ ଗ୍ୟାସ ଲିକ

ଛତିଶଗଡ-ରାୟଗଡ ଜିଲ୍ଲାର ଏକ ପେପର ମିଲରୁ ଗ୍ୟାସ ଲିକ ହୋଇ ୭ଜଣ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ରାୟଗଡ ପୁଲିସ ଅଧୀକ୍ଷ ସୂଚନା ଦେଇଛନ୍ତି । ଗୁରୁତର ଅସୁସ୍ଥ ମାନଙ୍କୁ ରାୟପୁର ମେଡିକାଲକୁ କୁ ସ୍ଥାନାନ୍ତର କରାଯାଇଛି ।

ମୁମ୍ବାଇରେ କରୋନା ସଂକ୍ରମିତ ୨୫୦ ପୋଲିସ୍ କର୍ମଚାରୀ

ନୂଆଦିଲ୍ଲୀ: ମୁମ୍ବାଇରେ ୨୫୦ ପୋଲିସ୍ କର୍ମଚାରୀ କରୋନା ସଂକ୍ରମିତ ଥିବା ନେଇ କମିଶନର ପରମବୀର ସିଂହ ଗୁରୁବାର ସୂଚନା ଦେଇଛନ୍ତି । କର୍ମଚାରୀଙ୍କଠାରେ ଲକ୍ଷଣ ଖୁବ୍ ସାମାନ୍ୟ ଥିବାରୁ ସେମାନଙ୍କୁ ଆଇସିୟୁରେ ରଖାଯାଇନାହିଁ । ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା୧୦୫୨୭ କୁ ପହଂଚି ଥିବାବେଳେ

ରାସ୍ତାକୁ ଓହ୍ଲାଇଲେ କଂଟେନମେଂଟ ଜୋନର ଅଧିବାସୀ

ରାଉରକେଲା- ରାଉରକେଲା କଂଟେନମେଂଟ ଜୋନରେ ବିକ୍ଷୋଭ ପ୍ରଦର୍ଶନ । କଂଟେନମେଂଟ ଜେନରେ ପୁଲିସ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଶତାଧିକ ଲୋକ ନିୟମ ଭାଙ୍ଗି ବ୍ୟାରିକେଟ ନିକଟକୁ ଆସି ପୁଲିସ ସହ ଯୁକ୍ତିତର୍କ କରିଥିଲେ । ବ୍ୟାରିକେଟ ଭାଙ୍ଗିବା ପାଇଁ ଉଦ୍ୟତ ହେଉଥିଲେ । ପୁଲିସ

ରାସ୍ତାରେ ଟଳିପଡ଼ିଲେ ମଣିଷ ଓ ଜୀବଜନ୍ତୁ

ବିଶାଖାପାଟଣା :ଭେଙ୍କଟପୁରମ୍ ସ୍ଥିତ ଏଲଜି ପଲିମର କାରଖାନାରେ ଆକସ୍ମିକ ଗ୍ୟାସ୍ ଲିକ୍ ଯୋଗୁଁ ୯ଜଣ ମୃତୁ୍ୟ ବରଣ କରିଥିବା ବେଳେ ୧୦୦୦ରୁ ଉଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୁଧବାର ରାତି ୩ଟା ରୁ ଗ୍ୟାସ୍ ଲିକ୍ ହୋଇ ଧିରେ ଧିରେ ସମଗ୍ର ଅଂଚଳକୁ

‘ବନେ୍ଦ ଭାରତ ମିଶନ’ ସ୍ୱଦେଶ ଫେରିବେ ୧୫ ହଜାର ଭାରତୀୟ

ନୂଆଦିଲ୍ଲୀ :ବିଦେଶରୁ ପ୍ରବାସୀଙ୍କୁ ଫେରାଇ ଆଣିବାକୁ ଭାରତ କରିଛି ବିଶ୍ୱର ସବୁଠୁ ବଡ଼ ଘର ବାହୁଡ଼ା ଅଭିଯାନ । କରୋନା ପାଇଁ ୧୨ଦେଶରେ ଫଶି ରହିଥିବା୧୫ ହଜାର ପ୍ରବାସୀ ଭାରତୀୟଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ବନେ୍ଦ ଭାରତ ମିଶନ’ ଓ ‘ସେତୁ ସମୁଦ୍ର’ ଅଭିଯାନ ରେ ଆରମ୍ଭ ହୋଇଛି ।

ରେଡ ଜୋନରେ ଗଞ୍ଜାମ

ଭୁବନେଶ୍ୱର- ରୋଡ ଜୋନରେ ସାମିଲା ହେଲା ଗଞ୍ଜାମ ଜିଲ୍ଲା । ଗୁରୁବାର ଦିନ ଆଉ ୧୭ ଜଣ ପଜିଟିଭ ଚିହ୍ନଟ ହେବାପରେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ତେଣୁ ରାଜ୍ୟ ସରକାର ଗଞ୍ଜାମ କୁ ରେଡ ଜୋନ ଘୋଷଣା କରିଛନ୍ତି । ସେହିପରି ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାକୁ

ରାଜ୍ୟ ବାହାରକୁ ଯିବା ପାଇଁ ଇ-ପାସ ବାଧ୍ୟତାମୂଳକ

ଭବନେଶ୍ୱର- ରାଜ୍ୟବାହାରକୁ ଯିବାକୁ ଚାହିଁଲେ ଇ-ପାସ ବାଧ୍ୟତାମୂଳକ । ଏଥିପାଇଁ କୋଭିଡ-୧୯.ଓଡିଶା. ଗଭର୍ଣ୍ଣମେଂଟ.ଇନ୍ ରେ ଆବେଦନ କରିପାରିବେ । ଗୁରୁବାର ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆବେଦନ ପତ୍ରରେ ଯାତ୍ରା ବିବରଣୀ, ଡ୍ରାଇଭରଙ୍କ ସଂପର୍କରେ

ଗୋଟିଏ ଦିନରେ ୩୦୬୦ ନମୁନା ପରୀକ୍ଷଣ

ଭୁବନେଶ୍ୱର- ବୁଧବାର ରାଜ୍ୟରେ ୩୦୬୦ ନମୁନା ପରୀକ୍ଷା ହୋଇଛି । ବର୍ତମାନ ସୁଦ୍ଧା ୫୦ ହଜାର ୫୧୪ ନମୁନା ପରୀକ୍ଷଣ କରାଯାଇଛିବୋଲି ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସୁଦ୍ଧା ରାଜ୍ୟରେ ୪୭୪୫୪ କୋଭିଡ ଟେଷ୍ଟ ହୋଇଥିଲା । କରୋନା ସନେ୍ଦହରେ ୨୩୪

ମେ ୧୧ ପର୍ଯ୍ୟନ୍ତ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର- ମେ୧୧ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଲାଗିରହିବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଘଡଘଡି ଓ ବଜ୍ରପାତ ସମ୍ଭାବନା ରହିଛି ।କେତେକ ସ୍ଥାନରେ ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ । ୯ ତାରିଖ ବେଳକୁ ଉତର ଓ ଉପକୂଳ ଓଡିଶାର କତେକ ଜିଲ୍ଲାରେ