ଗଡିଲାନି ବସ୍

ଭୁବନେଶ୍ୱର- ସରକାରଙ୍କ ନିର୍ଦେଶ ଓ ଅନୁମତି ସତ୍ୱେ ଗଡିଲାନି ଘରୋଇ ବସ । ରାଜ୍ୟ ପରିବହନ ବିଭାଗ ଓ ଘରୋଇ ବସ ମାଲିକ ସଂଘ ମଧ୍ୟରେ ବସ ଚଳାଚଳ ନେଇ କୌଣସି ସକରାତ୍ମକ ନିର୍ଯ୍ୟାସ ବାହାରି ପାରିଲା ନାହିଁ ।ସରକାରଙ୍କ ନିର୍ଦେଶ ଓ ନିୟମ ଅନୁଯାୟୀ ବସ ଚଳାଇବା କଷ୍ଟକର ବୋଲି ଘରୋଇ ବସ ମାଳିକ ସଂଘ କହିଛି । ଲକଡାଉନ କଟକଣା ଓ ସାମାଜିକ ଦୂରତା ବଜାୟ ରଖିବା ଦୃଷ୍ଟିରୁ ସିଟ ସଂଖ୍ୟା ଅନୁଯାୟୀ ଯାତ୍ରୀ ପରିବହନ ପାଇଁ ସରକାର ଘୋଷଣା କରିଥିଲେ । ମାତ୍ର ଘରୋଇ ମାଲିକ ସଂଘ ଏହା ଗ୍ରହଣ କରୁନାହାନ୍ତି । ତେଣୁ ବସ ଚଳାଚଳ ନେଇ ଅନିଶ୍ଚିତତା ଲାଗି ରହିଛି ।

Leave A Reply

Your email address will not be published.

one × one =