ବନ୍ଦେ ଉତ୍କଳ ଜନନୀ ଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର- କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଆଉ ପାଦେ ଆଗେଇଛନ୍ତି ସରକାର । ମେ ୩୦ ତାରିଖ ଦିନ ଅପରାହ୍ନ ସାଢେ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଭିଡିଓ ବାର୍ତା ଜରିଆରେ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ବାହାରେ ଓ ବିଶ୍ୱର କୋଣ ଅନୁକୋଣରେ ଥିବା ଓଡିଆ ମାନେ ସାମାଜିକ ଦ୍ୱରତ୍ୱ ବଜାୟ ରଖି ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଜୀବନ ଆମ ପାଇଁ ଗୁରୁତ୍ୱ ପୂର୍ଣ୍ଣ । କରୋନା ମୁକାବିଲା କ୍ଷେତ୍ରରେ ଓଡିଶା ପଦକ୍ଷେପ ସବୁଠାରେ ପ୍ରଶଂସନୀୟ । ସାରା ବିଶ୍ୱରେ ଏହା ଉଦାହରଣ ପାଲିଟିଛି । ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଧନୀ ରାଜ୍ୟ ମାନେ ମଧ୍ୟ ଏହି ଯୁଦ୍ଧରେ ସଫଳ ହୋଇ ପାରିନାହାନ୍ତି । କୋଭିଡ ଯୋଦ୍ଧାଙ୍କ ପ୍ରତିବଦ୍ଧତା ଓ ନିଷ୍ଠା ଯୋଗୁଁ ଓଡିଶା କରେନା ମୁକାବିଲା କ୍ଷେତ୍ରରେ ସଫଳ ହୋଇଛି ।

Leave A Reply

Your email address will not be published.

nine − five =